ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ ତାଙ୍କ ଦେଶକୁ ନିମନ୍ତ୍ରଣ କରିଛନ୍ତି । ଏନଆଇଡି ଫାଉଣ୍ଡେସନ ଓ ଇଣ୍ଡିଆନ ୱକେଣ୍ଡର ଦ୍ୱାରା ସଂଯୁକ୍ତ ରୂପେ ଆୟୋଜିତ ୱକଲେଡ ବିଶ୍ୱ ସଦଭାବନା କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ଜେସିଣ୍ଡା ଏହି ନିମନ୍ତ୍ରଣ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନ ମଡେଲ ଓ ସଫଳ ଶାସନ ଉପରେ ଆଧାରିତ ୨ଟି ବହିକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଉନ୍ମୋଚନ କରିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଉପସ୍ଥିତ ଥିବା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ୍ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଅନେକ ସମତୁଲ୍ୟ ରହିଛି । ଉଭୟ ଦେଶ ମଧ୍ୟରେ ସମ୍ବନ୍ଧ ସୁଦୃଢ଼ ହେଉଛି । ଏଥିସହିତ ଆଗାମୀ ଦିନରେ ପାରସ୍ପରିକ ସହଭାଗିତାର ମଧ୍ୟ ବ୍ୟାପକ ସମ୍ଭାବନା ରହିଛି ।
