ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଦେହୁରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରକୁ କରିବେ ଉଦଘାଟନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧.୪୫ ରେ ପ୍ରଧାନମନ୍ତ୍ରୀ ପୁଣେର ଦେହୁରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ୪.୧୫ ରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ରାଜ ଭବନରେ ଜଲ୍ ଭୂଷଣ ବିଲଡିଂ ଏବଂ ରିଭୋଲ୍ୟୁସନାରୀ ଗ୍ୟାଲେରୀର ଉଦଘାଟନ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୬ ଟା ସମୟରେ, ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ମୁମ୍ବାଇ ସମାଚାରର ଦ୍ୱିଶତାବ୍ଦୀ ମହୋତ୍ସବରେ ଅଂଶଗ୍ରହଣ କରିବେ ।
ପୁଣେର ଦେହୁରେ ପ୍ରଧାନମନ୍ତ୍ରୀ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିବେ । ସନ୍ଥ ତୁକାରାମ ଜଣେ ୱାର୍କରୀ ସାଧୁ ତଥା କବି ଥିଲେ, କୀର୍ତ୍ତନ ନାମରେ ଜଣାଶୁଣା ଆଧ୍ୟାତ୍ମିକ ଗୀତ ମାଧ୍ୟମରେ ଅଭଙ୍ଗା ଭକ୍ତି କବିତା ଏବଂ ଗୋଷ୍ଠି ଭିତ୍ତିକ ଉପାସନା ପାଇଁ ଜଣାଶୁଣା । ସେ ଦେହୁରେ ରହୁଥିଲେ । ତାଙ୍କ ଦେହାନ୍ତ ପରେ ଏକ ଶିଳା ମନ୍ଦିର ର୍ନିମାଣ କରାଯାଇଥିଲା, କିନ୍ତୁ ଏହା ଏକ ମନ୍ଦିର ଭାବରେ ଆନୁଷ୍ଠାନିକ ଭାବରେ ଗଠନ ହୋଇନଥିଲା । ଏହା ୩୬ ଟି ଶିଖର ସହିତ ପଥରରେ ପୁନଃ ର୍ନିମାଣ ହୋଇଛି ଏବଂ ସନ୍ଥ ତୁକାରାମଙ୍କର ଏକ ପ୍ରତିମା ମଧ୍ୟ ଏଠାରେ ରହିଛି ।
ପ୍ରଧାନମନ୍ତ୍ରୀ ମୁମ୍ବାଇର ରାଜ ଭବନରେ ଜଲ ଭୂଷଣ ବିଲଡିଂ ଏବଂ ରିଭୋଲ୍ୟୁସନାରୀ ଗ୍ୟାଲେରୀର ଉଦଘାଟନ କରିବେ । ଜଲ ଭୂଷଣ ୧୮୮୫ ମସିହାରୁ ମହାରାଷ୍ଟ୍ରର ରାଜ୍ୟପାଳଙ୍କ ସରକାରୀ ବାସଭବନ ଅଟେ । ଏହାର ଜୀବନକାଳ ସମାପ୍ତ ହେବା ପରେ ଏହାକୁ ଭାଙ୍ଗି ଦିଆଯାଇଥିଲା ଏବଂ ସେହି ସ୍ଥାନରେ ଏକ ନୂତନ ସୌଧ ନିର୍ମାଣକୁ ଅନୁମତି ମିଳିଥିଲା । ନୂତନ ସୌଧ ପାଇଁ ଭିତି ପ୍ରସ୍ତର ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଅଗଷ୍ଟ, ୨୦୧୯ ରେ ସ୍ଥାପନ ହୋଇଥିଲା । ପୁରୁଣା ସୌଧର ସମସ୍ତ ବିଶେଷ ଗୁଣ ନୂତନ ଭାବରେ ର୍ନିମିତ ଅଟ୍ଟାଳିକାରେ ସଂରକ୍ଷିତ କରାଯାଇଛି ।
୨୦୧୬ ରେ, ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ଶ୍ରୀ ବିଦ୍ୟାସାଗର ରାଓ ରାଜ ଭବନରେ ଏକ ବଙ୍କର ଦେଖିବାକୁ ପାଇଥିଲେ । ଏହାକୁ ପୂର୍ବରୁ ବ୍ରିଟିଶମାନେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇଁ ଏକ ଗୁପ୍ତ ଭଣ୍ଡାର ଭାବରେ ବ୍ୟବହାର କରୁଥିଲେ । ୨୦୧୯ ରେ ବଙ୍କରକୁ ନବୀକରଣ କରାଯାଇଥିଲା । ମହାରାଷ୍ଟ୍ରର ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଗ୍ୟାଲେରୀକୁ ଏହାର ଏକ ସଂଗ୍ରହାଳୟ ଭାବରେ ବଙ୍କର ମଧ୍ୟରେ ବିକଶିତ କରାଯାଇଛି । ଏହା ଅନ୍ୟମାନଙ୍କ ମଧ୍ୟରେ ୧୯୪୬ରେ ବାସୁଦେବ ବଲୱନ୍ତ ଫାଡକେ, ଚାଫେକର ଭାତୃବୃନ୍ଦ, ସାବରକର ଭାତୃବୃନ୍ଦ, ମ୍ୟାଡାମ୍ ଭିକାଜୀ କାମା, ଭି ବି ଗୋଗେଟ୍?, ନାଭାଲ୍ ମୁଟିନିଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।
