ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ଆଣିବା ପ୍ରଶାସନିକ ସେବା ଅଫିସରଙ୍କ ପ୍ରମୁଖ କର୍ତବ୍ୟ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଶାସନିକ ସେବା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେକୌଣସି ପରିସ୍ଥିତିରେ ଦେଶର ଏକତା ଓ ସଂହତି ସହ ସାଲିସ୍ କରାଯିବ ନାହିଁ ।
ସାଧାରଣ ପ୍ରଶାସନ କ୍ଷେତ୍ରରେ ‘ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର’ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ଆଣିବା ହେଉଛି ପ୍ରଶାସନିକ ସେବା ଅଫିସରଙ୍କ ପ୍ରମୁଖ କର୍ତବ୍ୟ । ସେ କହିଛନ୍ତି, ଇଣ୍ଡିଆଅ୧୦୦ ଏକ ମହତ୍ୱପୂର୍ଣ୍ଣ ମୁହୂର୍ତ ତେଣୁ ପରବର୍ତୀ ୨୫ ବର୍ଷ ଆମ ପାଇଁ ବିକାଶର ସମୟ ହେବା ଉଚିତ । ଶ୍ରୀ ମୋଦୀ କହିଛନ୍ତି, ଦେଶର ପ୍ରତ୍ୟେକ ଜିଲ୍ଲା ପରବର୍ତୀ ୨୫ ବର୍ଷ ପାଇଁ ସେମାନଙ୍କର ଲକ୍ଷ୍ୟ ଧାର୍ଯ୍ୟ କରିବା ଆବଶ୍ୟକ ।
