ମୁମ୍ବାଇରେ ଦୁଇ ନୂଆ ମେଟ୍ରୋ ଲାଇନ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମୁମ୍ବାଇରେ ଦୁଇ ନୂଆ ମେଟ୍ରୋ ଲାଇନ୍ର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୨, ୬୦୦ କୋଟିରେ ତିଆରି ହୋଇଛି ମେଟ୍ରୋ ଲାଇନ୍ ୨ଏ ଏବଂ ଲାଇନ ୭ । ଏହି ମୁମ୍ବାଇ ମେଟ୍ରୋ ୨୦ ତାରିଖ ସନ୍ଧ୍ୟା ୪ ଟାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ର ପାଇଁ ୩୮ ହଜାର କୋଟି ଅନ୍ୟାନ୍ୟ ପ୍ରୋଜେକ୍ଟର ମଧ୍ୟ ଘୋଷଣା କରିଛନ୍ତି ।
୨ ଏ ମେଟ୍ରୋ ଲାଇନ୍ ଅନ୍ଧେରୀ ୱେଷ୍ଟର ଦହିସାର ଇଷ୍ଟ ଏବଂ ଡିଏନ ନଗର ଅନ୍ଧେରୀ ମଧ୍ୟରେ ଚାଲିବ ଏବଂ ଅନ୍ଧେରୀ ୱେଷ୍ଟରୁ ଭଲାନୀ ମଧ୍ୟରେ ଚାଲିବ । ଏହା ୮ ଷ୍ଟେସନକୁ ଯୋଡ଼ିବ । ଏହା ବ୍ୟତୀତ ଅନ୍ଧେରୀ ଇଷ୍ଟ ଏବଂ ଦହିସାର ଇଷ୍ଟ ମଧ୍ୟରେ ଥିବା ପ୍ରାୟ ୧୬.୫ କିଲୋମିଟର ଦୂରତା ମେଟ୍ରୋ ଲାଇନ୍ ୭ ଦ୍ୱାରା ଅତିକ୍ରମ କରିହେବ । ଏହି ନୂଆ ମେଟ୍ରୋ ଦ୍ୱାରା ପ୍ରାୟ ପ୍ରତିଦିନ ତିନିରୁ ଚାରି ଲକ୍ଷ ଯାତ୍ରୀଙ୍କ ଯାତାୟତ ହେବା ନେଇ ଅନୁମାନ କରାଯାଉଛି । ଏହା ଫଳରେ ଅନେକାଂଶରେ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ମିଳିବ ଏବଂ ୩୦ ରୁ ୫୦ ପ୍ରତିଶତ ସମୟ ବଂଚିବ । ଏଥିରେ ପ୍ରତି କୋଚ୍ରେ ୩୮୦ ପାସେଞ୍ଜର ଯାତ୍ରା କରିପାରିବେ ଏହା ୭୦ କେଏମପିଏଚ ବେଗରେ ଯାଇପାରିବ । ମହିଳାଙ୍କ ପାଇଁ ସ୍ୱତନ୍ତ୍ର କୋଚ୍ର ବ୍ୟବସ୍ଥା ହୋଇଛି । ସୂଚନାଯୋଗ୍ୟ, ୨୦୧୫ ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
