ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
କର୍ତବ୍ୟ ନିର୍ବାହ ସମୟରେ ନିଜର ‘ଲକ୍ଷ୍ମଣ ରେଖା’ ପ୍ରତି ଧ୍ୟାନ ଦେବା ଉଚିତ୍: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଶନିବାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଆୟୋଜିତ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୨୦୪୭ ମସିହାରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଆମେ ଦେଶରେ କେଉଁ ପ୍ରକାର ନ୍ୟାୟ ବ୍ୟବସ୍ଥା ଦେଖିବାକୁ ଚାହିଁବୁ ଆମେ କିପରି ଆମର ନ୍ୟାୟିକ ବ୍ୟବସ୍ଥାକୁ ଏତେ ସକ୍ଷମ କରିପାରିବା ଯେ ଏହା ୨୦୪୭ ର ଭାରତର ଆକାଂକ୍ଷାକୁ ପୂରଣ କରିପାରିବ, ଏହି ପ୍ରଶ୍ନ ଆଜି ଆମର ପ୍ରାଥମିକତା ହେବା ଉଚିତ୍ ।ଏହି କାର୍ୟ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମନ୍ନା ମଧ୍ୟ ଉପସ୍ଥିତ ଥିଲେ ।
ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦିଆଗଲେ ସାଧାରଣ ନାଗରିକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସେମାନଙ୍କ ବିଚାର ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ହୋଇଥିବା ପରି ଅନୁଭବ ହେବ ବୋଲି ମୋଦୀ କହିଛନ୍ତି । କେନ୍ଦ୍ର ସରକାର ୧୪୫୦ଟି ଅପ୍ରାସଙ୍ଗିକ ଆଇନ ଉଚ୍ଛେଦ କରିଥିବା ବେଳେ ରାଜ୍ୟ ସରକାରମାନେ ସେଥିରୁ ୭୫ଟି ଆଇନ ଉଚ୍ଛେଦ କରିଛନ୍ତି ବୋଲି ସମ୍ମିଳନୀରେ ସରକାରଙ୍କୁ ପ୍ରଂଶସା କରି ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୧୫ରେ ଆମେ ଏଭଳି ୧୮୦୦ ଅପ୍ରାସଙ୍ଗିକ ଆଇନ ଚିହ୍ନଟ କରିଥିଲୁ ସେଥିମଧ୍ୟରୁ ୧୪୫୦ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି । ଏହାସହ ରାଜ୍ୟ ସରକାର ସେଭଳି ୭୫ଟି ଆଇନ ଉଚ୍ଛେଦ କରିଛନ୍ତି । ଭାରତ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବା ବେଳେ ସମସ୍ତଙ୍କୁ ତୁରନ୍ତ ବିଚାର ମିଳିପାରିବା ଭଳି ନ୍ୟାୟିକ ବ୍ୟବସ୍ଥା ସୃଷ୍ଟି କରାଯିବା ଉପରେ ଧ୍ୟାନ ଦିଆଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଭାରତର ପ୍ରଧାନ ବିଚାରପତି ଏନ.ଭି.ରମନା କହିଛନ୍ତି, ରାଷ୍ଟ୍ରର ତିନୋଟି ଅଙ୍ଗ ମଧ୍ୟରେ ସମ୍ବିଧାନ କ୍ଷମତାର ପୃଥକୀକରଣ ବ୍ୟବସ୍ଥା କରିଛି । କର୍ତବ୍ୟ ନିର୍ବାହ କରିବା ସମୟରେ ସମସ୍ତେ ଲକ୍ଷଣ ରେଖା ପ୍ରତି ଧ୍ୟାନ ଦେବା ଉଚିତ ।
ସେହିପରି ସମ୍ବିଧାନ ରାଷ୍ଟ୍ରର ତିନିଟି ଅଙ୍ଗ ମଧ୍ୟରେ କ୍ଷମତାକୁ ଅଲଗା କରିଥାଏ । ତେଣୁ, ଏ କ୍ଷେତ୍ରରେ ଜଣେ କର୍ତବ୍ୟ ନିର୍ବାହ କରିବା ସମୟରେ ନିଜର ‘ଲକ୍ଷ୍ମଣ ରେଖା’ ପ୍ରତି ଧ୍ୟାନ ଦେବା ଉଚତ୍ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଏନ ଭି ରମନ୍ନା ଶନିବାର କହିଛନ୍ତି । ସମ୍ବିଧାନ ରାଷ୍ଟ୍ରର ତିନିଟି ଅଙ୍ଗ ମଧ୍ୟରେ କ୍ଷମତାକୁ ଅଲଗା କରଥାଏ ଏବଂ ରାଷ୍ଟ୍ରର ତିନିଟି ଅଙ୍ଗ ମଧ୍ୟରେ ସମନ୍ୱୟପୂର୍ଣ୍ଣ କାର୍ଯ୍ୟ ଗଣତନ୍ତ୍ରକୁ ମଜବୁତ କରେ । ତେଣୁ, ଆମର କର୍ତବ୍ୟ ନିର୍ବାହ କରିବା ସମୟରେ, ଆମେ ଆମର ‘ଲକ୍ଷ୍ମଣ ରେଖା’ ପ୍ରତି ଧ୍ୟାନ ଦେବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି । ପ୍ରଧାନ ବିଚାରପତି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଗତ ସ୍ୱାଧୀନତା ଦିବସରେ ସେ ବିଧାନସଭା ଯାଂଚ ବିଷୟରେ ଦେଇଥିବା ତାଙ୍କର ମନ୍ତବ୍ୟକୁ ଭୁଲ ଭାବରେ ବୁଝାଯାଇଥିଲା ଏବଂ ସେ ବିଧାନସଭା କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ଚାହୁଁ ନଥିଲେ । କିନ୍ତୁ ଲୋକସଭା ବାଚସ୍ପତିଙ୍କ ମନ୍ତବ୍ୟ ବ୍ୟବହାର କରି ଆଇନ ପାରିତ କରିବା ପୂର୍ବରୁ ଉପଯୁକ୍ତ ବିଧାନସଭା ଯାଂଚର ଆବଶ୍ୟକତାକୁ ଦୋହରାଇ ଥିଲେ । ଅଦାଲତଙ୍କ ନିଷ୍ପତିକୁ ସରକାରଙ୍କ ଦ୍ୱାରା ବର୍ଷ ବର୍ଷ ଧରି ଲାଗୁ କରାଯାଏ ନାହିଁ । ଅଦାଲତ ନିର୍ଦ୍ଦେଶ ସତ୍ୱେ ବି ପ୍ରଶାସନ ଜାଣିଶୁଣି ନିଷ୍କ୍ରିୟ ରହିବା ଦେଶର ହିତ ପାଇଁ ଭଲ ନୁହେଁ । ନୀତି ତିଆରି କରିବା ଆମ ଅଧିକାରର କ୍ଷେତ୍ର ନୁହେଁ, ଯଦି କୌଣସି ନାଗରିକ ନିଜ ଅଭିଯୋଗ ନେଇ ଆମ ପାଖକୁ ଆସିବ ତେବେ ଆମେ ତାଙ୍କୁ ମନା କରିବୁ ନାହିଁ ସିଜେଆଇ ରମନ୍ନା କହିଛନ୍ତି ।
