ବିହୁ କାର୍ଯ୍ୟକ୍ରମରେ ବାଜା ବଜାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ସଙ୍ଗୀତ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁତ ଭଲପାଇବା ରହିଛି । ଅନେକ ସମୟରେ ଏହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଥାଏ । ଶନିବାର ପୁଣି ଥରେ ସମାନ ଘଟଣା ଘଟିଛି । ରଙ୍ଗୋଲୀ ବିହୁ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କ ବାସଭବନରେ ପହଞ୍ଚିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ପିଏମ ମୋଦି ମଧ୍ୟ କିଛି ବାଦ୍ୟଯନ୍ତ୍ର ବଜାଇଥିଲେ । ପ୍ରାୟ ଏକ ଘଣ୍ଟା ଧରି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ଥିଲେ। ଏହି ସମୟରେ ସେ ଆସାମର କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଏବଂ ସଙ୍ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ମୋଦି । ସେଠାରେ ଉପସ୍ଥିତ କଳାକାର ଏବଂ ଅନ୍ୟ ଅତିଥିମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ । ଆସାମରେ ନୂତନ ବର୍ଷ ଅବସରରେ ଏପ୍ରିଲ୍ ୧୪ ରୁ ଏକ ସପ୍ତାହ ପାଇଁ ରଙ୍ଗୋଲି ବିହୁ କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ସୋନୋୱାଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ।
