“ବାଧାମୁକ୍ତ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ପାଇଁ ସୁଯୋଗ ସ୍ଥାପନ” ସମ୍ପର୍କିତ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
- ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ବର୍ତମାନ ଏକ ଉନ୍ନତ ସ୍ଥିତିରେ ଅଛି
- ୨୦୧୪ ରୁ ଆମେ ଗୋଟିଏ ପରେ ଗୋଟିଏ ସମସ୍ୟା ଏବଂ ଆହ୍ୱାନର ସମାଧାନ ପାଇଁ ଉପାୟ ପାଇଲୁ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ “ବାଧାମୁକ୍ତ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ପାଇଁ ସୁଯୋଗ ସ୍ଥାପନ” ଉପରେ ଆୟୋଜିତ ସମ୍ମିଳନୀର ଉଦ୍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ ୬-୭ ବର୍ଷ ମଧ୍ୟରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସରକାର ଆରମ୍ଭ କରିଥିବା ସଂସ୍କାର ଏହି କ୍ଷେତ୍ରକୁ ସବୁ ଦିଗରେ ସମର୍ଥନ କରିଛି, ଯେଉଁ କାରଣରୁ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ର ଆଜି ଏକ ମଜବୁତ ସ୍ଥିତିରେ ଅଛି । ବ୍ୟାଙ୍କଗୁଡିକର ଆର୍ôଥକ ସ୍ଥିତି ବର୍ତମାନ ବହୁତ ଉନ୍ନତ ଅବସ୍ଥାରେ ଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ସମସ୍ୟାର ସମାଧାନ ପାଇଁ ଉପାୟ ଖୋଜି ବାହାର କରାଯାଇଥିଲା । ଆମେ ଏନପିଏର ସମସ୍ୟାକୁ ସମାଧାନ କରିଛୁ, ବ୍ୟାଙ୍କଗୁଡ଼ିକ ପାଇଁ ପୁଞ୍ଜି ବ୍ୟବସ୍ଥା କରିଛୁ ଏବଂ ସେମାନଙ୍କର ଶକ୍ତି ବୃଦ୍ଧି କରିଛୁ । ଆମେ ଆଇବିସି ପରି ସଂସ୍କାର ଆଣିଛୁ, ଅନେକ ଆଇନରେ ସଂସ୍କାର ଆଣିଛୁ ଏବଂ ଋଣ ପୁନରୁଦ୍ଧାର ନ୍ୟାୟାଳୟକୁ ସଶକ୍ତ କରିଛୁ । କରୋନା ଅବଧି ସମୟରେ ପ୍ରତିକୂଳ ପରିସ୍ଥିତିରେ ଦେଶରେ ଏକ ଉତ୍ସର୍ଗୀକୃତ ଚାପଗ୍ରସ୍ତ ସମ୍ପତି ପରିଚାଳନା ବ୍ୟବସ୍ଥା ମଧ୍ୟ ଗଠନ କରାଯାଇଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି, ଦେଶର ଅର୍ଥନୀତିକୁ ନୂତନ ଶକ୍ତି ଯୋଗାଇବାରେ ଏକ ବଡ଼ ଭୂମିକା ଗ୍ରହଣ କରିବା ଏବଂ ଭାରତକୁ ଆତ୍ମର୍ନିଭରଶୀଳ କରିବା ପାଇଁ ଭାରତୀୟ ବ୍ୟାଙ୍କଗୁଡ଼ିକ ଯଥେଷ୍ଟ ଶକ୍ତିଶାଳୀ । ମୁଁ ଏହି ପର୍ଯ୍ୟାୟକୁ ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ବିବେଚନା କରୁଛି । ସାମ୍ପ୍ରତିକ ବର୍ଷଗୁଡିକରେ ନିଆଯାଇଥିବା ପଦକ୍ଷେପଗୁଡିକ ବ୍ୟାଙ୍କଗୁଡିକ ପାଇଁ ଏକ ଶକ୍ତିଶାଳୀ ପୁଞ୍ଜି ଆଧାର ସୃଷ୍ଟି କରିଛି । ବ୍ୟାଙ୍କଗୁଡିକର ପର୍ଯ୍ୟାପ୍ତ ସାମର୍ଥ୍ୟ ଅଛି ଏବଂ ପଛୁଆ ଭାବେ ଏନ୍ପିଏ ଯୋଗାଣ ପାଇଁ କୌଣସି ବ୍ୟବସ୍ଥା ନାହିଁ କାରଣ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକରେ ଏନ୍ପିଏ ଗତ ପାଂଚ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ଅଛି । ଏହାଦ୍ୱାରା ଅନ୍ତର୍ଜାତୀୟ ଏଜେନ୍ସି ଦ୍ୱାରା ଭାରତୀୟ ବ୍ୟାଙ୍କଗୁଡିକ ପ୍ରତି ଦୃଷ୍ଟିକୋଣ ବଦଳି ପାରିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମାଇଲଖୁଣ୍ଟ ବ୍ୟତୀତ ଏହି ପର୍ଯ୍ୟାୟ ଏକ ନୂତନ ଅୟାରମ୍ଭ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସମ୍ପଦ ସୃଷ୍ଟିକାରୀ ଏବଂ ନିଯୁକ୍ତି ସୃଷ୍ଟିକାରୀଙ୍କୁ ସହାୟତା କରିବାକୁ କହିଛନ୍ତି । ଏହା ହେଉଛି ସମୟର ଆବଶ୍ୟକତା ଯେ ବର୍ତମାନ ଭାରତର ବ୍ୟାଙ୍କଗୁଡ଼ିକ ସେମାନଙ୍କ ବାଲାନ୍ସ ସିଟ୍ ସହିତ ଦେଶର ସମ୍ପଦ ବଢାଇବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବା” ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗ୍ରାହକଙ୍କୁ ସକ୍ରିୟ ଭାବରେ ସେବା ଯୋଗାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ସେମାନଙ୍କର ଆବଶ୍ୟକତାକୁ ବିଶ୍ଲେଷଣ କରିବା ପରେ ଗ୍ରାହକ, କମ୍ପାନୀ ଏବଂ ଏମଏସଏମଇକୁ ଉପଯୁକ୍ତ ସେବା ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ କହିଛନ୍ତି । ପ୍ରଧାନମନ୍ତ୍ରୀ ବ୍ୟାଙ୍କଗୁଡିକୁ ଅନୁରୋଧ କରିଛନ୍ତି ଯେ ସେମାନେ ଅନୁମୋଦନକାରୀ ଏବଂ ଗ୍ରାହକ ଜଣେ ଆବେଦନକାରୀ, ସେମାନେ ପ୍ରଦାନକାରୀ ଏବଂ ଗ୍ରାହକ ଗ୍ରହିତା ଅଟନ୍ତି ମନୋଭାବରୁ ଦୂରେଇ ଯିବା ଉଚିତ୍ । ବ୍ୟାଙ୍କଗୁଡିକ ସହଭାଗୀତାର ମଡେଲ ଗ୍ରହଣ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଜନ ଧନ ଯୋଜନା କାର୍ଯ୍ୟକାରୀ କରିବାରେ ଉତ୍ସାହ ପାଇଁ ସେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତ ହିତାଧିକାରୀଙ୍କ ଅଭିବୃଦ୍ଧିକୁ ବ୍ୟାଙ୍କଗୁଡିକ ଅନୁଭବ କରିବା ଉଚିତ ଏବଂ ଅଭିବୃଦ୍ଧିର କାହାଣୀରେ ସକ୍ରିୟ ଭାବରେ ଜଡିତ ହେବା ଉଚିତ । ସେ ପିଏଲଆଇ ର ଏକ ଉଦାହରଣ ଦେଇ କହିଛନ୍ତି ଯେ ଯେଉଁଠାରେ ସରକାର ଭାରତୀୟ ଉତ୍ପାଦକମାନଙ୍କୁ ଉତ୍ପାଦନରେ ପ୍ରୋତ୍ସାହନ ଦେଇ ସମାନ କାର୍ଯ୍ୟ କରୁଛନ୍ତି । ପିଏଲ୍ଆଇ ସ୍କିମ୍ ଅଧୀନରେ ର୍ନିମାତାମାନେ ସେମାନଙ୍କର କ୍ଷମତା ବହୁଗୁଣିତ କରିବାକୁ ଏବଂ ନିଜକୁ ବିଶ୍ୱସ୍ତରୀୟ କମ୍ପାନୀରେ ପରିଣତ କରିବାକୁ ଉତ୍ସାହିତ ହୋଇଛନ୍ତି । ସମର୍ଥନ ଏବଂ ପାରଦର୍ଶୀତା ମାଧ୍ୟମରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାରେ ବ୍ୟାଙ୍କଗୁଡିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ହୋଇଥିବା ବଡ଼ ପରିବର୍ତନ ଏବଂ କାର୍ଯ୍ୟକାରୀ ହୋଇଥିବା ଯୋଜନା ଯୋଗୁଁ ଦେଶରେ ଏକ ବିଶାଳ ତଥ୍ୟ ଭଣ୍ଡାର ସୃଷ୍ଟି ହୋଇ ପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କିଙ୍ଗ କ୍ଷେତ୍ର ଏହାର ଫାଇଦା ନେବା ଜରୁରୀ । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାମୀତ୍ୱ, ଏସ୍ଭିଏନିଧି ଭଳି ଫ୍ଲାଗସିପ୍ ଯୋଜନା ଦ୍ୱାରା ଥିବା ସୁଯୋଗଗୁଡ଼ିକୁ ତାଲିକାଭୁକ୍ତ କରିଥିଲେ ଏବଂ ବ୍ୟାଙ୍କଗୁଡିକୁ ଏହି ଯୋଜନାରେ ସାମିଲ ଏବଂ ସେମାନଙ୍କ ଭୂମିକା ଗ୍ରହଣ କରିବାକୁ କହିଥିଲେ । ଆର୍ଥିକ ଅର୍ନ୍ତଭୁକ୍ତିର ସାମଗ୍ରିକ ପ୍ରଭାବ ଉପରେ ଶ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଆର୍ଥିକ ଅର୍ନ୍ତଭୁକ୍ତିକୁ ନେଇ ଦେଶ ଏତେ ପରିଶ୍ରମ କରୁଛି, ସେତେବେଳେ ନାଗରିକଙ୍କ ଉତ୍ପାଦନ କ୍ଷମତାର ବାଟ ଖୋଲିଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ବ୍ୟାଙ୍କିଙ୍ଗ କ୍ଷେତ୍ର ଦ୍ୱାରା ହୋଇଥିବା ଏକ ଅନୁସନ୍ଧାନର ଉଦାହରଣ ଦେଇ କହିଛନ୍ତି ଯେ ଯେଉଁ ରାଜ୍ୟରେ ଅଧିକ ଜନ ଧନ ଆକାଉଣ୍ଟ ଖୋଲାଯାଇଛି ସେଠାରେ ଅପରାଧ ହାର ହ୍ରାସ ପାଇଛି । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପରିମାଣରେ କର୍ପୋରେଟ୍ ଏବଂ ଷ୍ଟାର୍ଟ ଅପ୍ ଆଜି ଆଗକୁ ଆସୁଛି ତାହା ଅପ୍ରତ୍ୟାଶିତ ଅଟେ । ଏଭଳି ପରିସ୍ଥିତିରେ ଭାରତର ଆକାଂକ୍ଷାକୁ ମଜବୁତ କରିବା, ପାଣ୍ଠି ଯୋଗାଇବା, ପୁଞ୍ଜି ବିନିଯୋଗ କରିବା ପାଇଁ ଉତମ ସମୟ ଆଉ କ’ଣ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଜାତୀୟ ଲକ୍ଷ୍ୟ ଏବଂ ପ୍ରତିଶ୍ରୁତି ସହିତ ନିଜକୁ ସଂଲଗ୍ନ କରି ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଆଗକୁ ଯିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମନ୍ତ୍ରଣାଳୟ ଏବଂ ବ୍ୟାଙ୍କଗୁଡ଼ିକୁ ଏକାଠି କରିବା ପାଇଁ ୱେବ୍ ଆଧାରିତ ପ୍ରୋଜେକ୍ଟ ଫଣ୍ଡ୍ ଟ୍ରାକରର ପ୍ରସ୍ତାବିତ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ଯଦି ଏହାକୁ ଗତି ଶକ୍ତି ପୋର୍ଟାଲରେ ଯୋଡାଯାଏ ତେବେ ଏହା ଭଲ ହେବ ବୋଲି ସେ ମତ ଦେଇଛନ୍ତି । ସ୍ୱାଧୀନତାର “ଅମୃତ କାଳ”ରେ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ର ବଡ଼ ଚିନ୍ତାଧାରା ଏବଂ ଅଭିନବ ଉପାୟ ଅବଲମ୍ବନ କରିବା ପାଇଁ ସେ ଆଶା ପ୍ରକାଶ କରିଛନ୍ତି ।
