ହାଇଦରପୋରା ଏନକାଉଂଟରରେ ମାଜିଷ୍ଟେରିଆଲ ଯାଂଚ ପାଇଁ ନିର୍ଦ୍ଦେଶ
ଜମ୍ମୁ : ହାଇଦରପୋରାରେ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଏନକାଉଂଟରରେ ଦୁଇ ଆତଙ୍କବାଦୀ ଏବଂ ସେମାନଙ୍କ ଦୁଇ ସହଯୋଗୀଙ୍କୁ ହତ୍ୟା କରାଯିବା ପରେ ଏକ ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଡିଏମ ସ୍ତରର ଅଧିକାରୀ ଶୀଘ୍ର ଏହି ଅନୁସନ୍ଧାନ ପ୍ରକ୍ରିୟା ଆରମ୍ଭ କରିବେ ।
ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ନାଗରିକଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଜଣେ ନିର୍ଦ୍ଦୋଷଙ୍କ ହତ୍ୟାକୁ ବରଦାସ୍ତ କରାଯିବ ନାହିଁ । ସମଗ୍ର ଘଟଣାର ସତ୍ୟତା ଆଣିବା ପାଇଁ ଉପରାଜ୍ୟପାଳ ଏକ ମାଜିଷ୍ଟେରିଆଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଅଫିସିଆଲ ଟ୍ୱିିଟର ହ୍ୟାଣ୍ଡେଲରେଏହି ସୂଚନା ଦେଇ ଉପରାଜ୍ୟପାଳ କହିଛନ୍ତି ଯେ, ହାଇଦରପୋରା ଏନକାଉଂଟରର ତଦନ୍ତ ଅତିରିକ୍ତ ଜିଲ୍ଲା କମିଶନର ପଦବୀ ଅଧିକାରୀଙ୍କୁ ଦିଆଯାଇଛି । ରିପୋର୍ଟ ପାଇବା ପରେ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
