ବିଶିଷ୍ଟ ସ୍ଥପତି ଡଃ ବିଭି ଦୋଶୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ସ୍ଥପତି ଡଃ ବିଭି ଦୋଶୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି ଯେ, “ଡଃ ବିଭି ଦୋଶୀ ଜୀ ଜଣେ ପ୍ରତିଭାସମ୍ପନ୍ନ ସ୍ଥପତି ଓ ଉଲ୍ଲେଖନୀୟ ଅନୁଷ୍ଠାନ ନିର୍ମାତା ଥିଲେ । ଆଗାମୀ ପୀଢି ଭାରତର ବିଭିନ୍ନ ସ୍ଥାନରେ ତାଙ୍କ ସମୃଦ୍ଧ କାର୍ଯ୍ୟ ଅବଲୋକନ କରି ତାଙ୍କ ମହାନତା ସମ୍ପର୍କରେ ଜାଣିପାରିବେ । ତାଙ୍କ ବିୟୋଗ ଦୁଃଖଦାୟକ । ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା । ଓମ ଶାନ୍ତି ।”
