ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା, ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣା ନେଇ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକାରୀଙ୍କ ସହ ବାଲେଶ୍ୱର ଦୁର୍ଘଟଣାର ସମୀକ୍ଷା କରିବେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁରା ସ୍ଥିତିର ସମୀକ୍ଷା କରିସାରିଛନ୍ତି । ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୂଚନା ଯେ, ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍ ସହ ଅଗ୍ନିଶମ ବିଭାଗ । ଏହି ଘଟଣା ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଛି । ଭାରତୀୟ ରେଳ ପାଇଁ ଶୁକ୍ରବାର ଥିଲା କଳା ଦିବସ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଲା ଏ ବର୍ଷର ସବିୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା । କେହି କିଛି ଜାଣିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହେଲେ ୩ ଟ୍ରେନ୍ । ଚାହୁଁଚାହୁଁ ଆଖି ବୁଜିଲେ ଶହ ଶହ ଲୋକ । ବାହାନଗାରେ ଘଟିଥିବା ଏହି ଭୟଙ୍କର ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ସଂଖ୍ୟା ୨୮୮ରେ ଛୁଇଁଛି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଆହତ ୯୦୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
