ମୁସଲିମ ମହିଳାମାନଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିବାକୁ ବିଜେପି ନେତାଙ୍କୁ କହିଲେ ପ୍ରଧାନମନ୍ତ୍ରୀ
Gandhinagar: Prime Minister Narendra Modi addresses the Semicon India Conference 2023, in Gandhinagar, Friday, July 28, 2023. (Photo: IANS/Video Grab)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନେତାମାନଙ୍କୁ ମୁସଲିମ ମହିଳାମାନଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିବାକୁ କହିଛନ୍ତି। ଓଡିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ଏନଡିଏ ସାଂସଦଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏପରି ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସମାଜର ସମସ୍ତ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ଏହି ବୈଠକରେ ଉପସ୍ଥିତ ବିଜେପି ଏବଂ ଅନ୍ୟ ଦଳର ସାଂସଦମାନେ ଗଣମାଧ୍ୟମକୁ କହିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରିପଲ୍ ତଲାକ ପ୍ରସଙ୍ଗରେ ତାଙ୍କ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଟ୍ରିପଲ୍ ତଲାକ ଉପରେ ଆମର ନିଷ୍ପତ୍ତି ମୁସଲିମ ମହିଳାମାନଙ୍କୁ ସଶକ୍ତ କରିଛି।’ ଚଳିତ ବର୍ଷ ଅଗଷ୍ଟ ୩୦ରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯିବ । ଗତ କିଛି ଦିନ ତଳେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପୁରୁଷଙ୍କ ବିନା ହଜ୍ ଯାଉଥିବା ମହିଳାଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ପୂର୍ବରୁ ଏହା ସମ୍ଭବ ନଥିଲା ।
