ଯୁକ୍ତ୨ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ପରୀକ୍ଷା ଆରମ୍ଭ
ଭୁବନେଶ୍ୱର : ଯୁକ୍ତ୨ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ପରୀକ୍ଷା ଆରମ୍ଭ। ଏମ୍ଆଇଏଲ୍ ଏବଂ ଓଡିଆ ସହ ଇଲେକ୍ଟିଭ ପେପରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କୋଭିଡ୍ କଟକଣା ଭିତରେ ପରୀକ୍ଷା ଲାଗି ପରୀକ୍ଷା ହଲକୁ କରାଯାଇଛି ବିଶୋଧନ । ସିଟିଂ ଆରେଞ୍ଜମେଣ୍ଟ ବି ହୋଇଛି ।୧୧ ତାରିଖ ଯାଏ ଅନୁଷ୍ଠିତ ହେବ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା । ରବିବାର ବି ପରୀକ୍ଷା ହେବ । ସକାଳ ୧୦ରୁ ଦିନ ଗୋଟାଏ ଯାଏ କେବଳ ଗୋଟିଏ ସିଟିଂରେ ହେବ । ଏଥିପାଇଁ କୋଭିଡ୍ ପ୍ରୋଟୋକଲ୍ ଅନୁପାଳନ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅନ୍ୟପଟେ ରେଜଲ୍ଟ ପ୍ରକାଶ ପାଇବା ପରେ ଏହି ପିଲାଙ୍କ ପାଇଁ ପୁଣିଥରେ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା ।
ପରୀକ୍ଷା କରୋନା ପାଇଁ ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିଛି। ତେବେ ଯେଉଁମାନେ ଏଥିରେ ଅସନ୍ତୁଷ୍ଟ ସେମାନଙ୍କ ଲାଗି ପରୀକ୍ଷା କରୁଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ପତ୍ର ବିନିମୟ କୋର୍ସରେ ମୋଟ ୧୩ ହଜାର ୪୩ ଜଣ ପିଲା ପରୀକ୍ଷା ଦେବେ। ସାରା ରାଜ୍ୟରେ ସିଏଚ୍ଏସ୍ଇ ଥିବା ୨୦୩ଟି ପରୀକ୍ଷା ହବ୍ ମଧ୍ୟରୁ ୧୮୫ଟି ହବକୁ ପରୀକ୍ଷା କେନ୍ଦ୍ର କରାଯାଇଛି । ଗଞ୍ଜାମରେ ସର୍ବାଧିକ ୧୪ଟି ପରୀକ୍ଷା କେନ୍ଦ୍ର ହୋଇଛି।
