ବିମାନରେ ମଧ୍ୟ ରହିଥାଏ ହର୍ଣ୍ଣ! ଜାଣନ୍ତୁ କାହିଁକି ବିମାନରେ ବ୍ୟବହାର ହୋଇଥାଏ ହର୍ଣ୍ଣ
ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଆକାଶ ମାର୍ଗରେ ଯାତ୍ରା କରୁଥିବା ବିମାନ ଲାଗି କୌଣସି ସମସ୍ୟା ନଥାଏ। ଅର୍ଥାତ ବିମାନ ଯାତ୍ରା କରିବା ସମୟରେ ଏହାର ମାର୍ଗରେ କୌଣସି ଅସୁବିଧା ହୋଇନଥାଏ। ତାହେଲେ ଆପଣ ଅନୁଭବ କରୁଥିବେ ଯେ ବିମାନରେ ହର୍ଣ୍ଣ ବ୍ୟବହାର ହୋଇନଥାଏ। ହେଲେ ପ୍ରକୃତରେ ଅନ୍ୟ ସାଧାରଣ ଗାଡ଼ି ଭଳି ବିମାନରେ ମଧ୍ୟ ହର୍ଣ୍ଣ ବ୍ୟବହାର ହୋଇଥାଏ।
ବିମାନ ବନ୍ଦରରେ କାମ କରୁଥିବା ଗ୍ରାଉଣ୍ଡ ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ଏବଂ ସେମାନଙ୍କୁ କୌଣସି ବିପଦ ବିଷୟରେ ସଚେତନ କରିବା ପାଇଁ ବିମାନରେ ହର୍ଣ୍ଣ ବ୍ୟବହୃତ ହୋଇଥାଏ। ଯଦି ବିମାନରେ କୌଣସି ତ୍ରୁଟି ରହିଥାଏ କିମ୍ବା ବିମାନ ଉଡ଼ାଣ ଭରିବା ପୂର୍ବରୁ କୌଣସି ଜରୁରୀକାଳୀନ ପରିସ୍ଥିତି ସାମ୍ନା କରେ, ତାହେଲେ ବିମାନ ଚାଳକ ହର୍ଣ୍ଣ ବଜାଇ ବିମାନ ବନ୍ଦର କର୍ମଚାରୀଙ୍କ ପାଖଙ୍କୁ ଏକ ଆଲର୍ଟ ମେସଜ ପଠାଇ ପାରିବେ।
ବିମାନର ହର୍ଣ୍ଣ ବାକି ବଟନ୍ ପରି ଏହାର କକପିଟ୍ ମଧ୍ୟରେ ରହିଥାଏ। ମାତ୍ର ହର୍ଣ୍ଣ ବଟନ ବାକି ବଟନ ଭଳି ହୋଇଥିବାରୁ ଏହାକୁ ଖୋଜିବା କଷ୍ଟସାଧ୍ୟ ହୋଇଥାଏ।
ବିମାନର ହର୍ଣ୍ଣ ବଟନ୍ ଚିହ୍ନିବା ପାଇଁ ଏହା ଉପରେ “GND” ଲେଖା ହୋଇଥାଏ। ହର୍ଣ୍ଣ ବଟନ୍ ଦବାଇବା ଦ୍ୱାରା ସାଇରନ୍ ଭଳି ଏକ ଧ୍ୱନି ସୃଷ୍ଟି ହୋଇଥାଏ। ଯାହା ଦ୍ୱାରା ବିମାନର ଆଲର୍ଟ ସିଷ୍ଟମ୍ ସକ୍ରିୟ ହୋଇ ଉଠିଥାଏ।
ବିମାନରେ ସ୍ୱୟଂଚାଳିତ ହର୍ଣ୍ଣ ବ୍ୟବସ୍ଥା ମଧ୍ୟ ରହିଥାଏ। ଯଦି ପ୍ଲେନ ସିଷ୍ଟମ ମଧ୍ୟରେ କୌଣସି ପ୍ରକାରର ସମସ୍ୟା ରହିଥାଏ କିମ୍ବା ଯଦି ନିଆଁ ଲାଗିଯାଏ, ତାହେଲେ ବିମାନର ହର୍ଣ୍ଣ ସ୍ୱୟଂଚାଳିତ ଭାବରେ ବାଜିବା ଆରମ୍ଭ କରିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ବିଭିନ୍ନ ପ୍ରକାରର ତ୍ରୁଟି ଆସିଥାଏ, ସେତେବେଳେ ବିମାନର ହର୍ଣ୍ଣ ମଧ୍ୟ ବିଭିନ୍ନ ଉପାୟରେ ବାଜିଥାଏ। ବିମାନର କେଉଁ ଅଂଶରେ ତ୍ରୁଟି ଘଟିଛି ସେ ବିଷୟରେ ଜାଣିବା ଫ୍ଲାଇଟ ଇଞ୍ଜିନିୟରଙ୍କ ପାଇଁ ସହଜ ହୋଇଯାଇଥାଏ।
ଉଡ଼ାଣ ଭରିବା ସମୟରେ ବିମାନ ଚାଳକ ହର୍ଣ୍ଣ ବଜାଇ ପାରିବେ ନାହିଁ। କାରଣ ସେହି ସମୟରେ ବିମାନର ୱାର୍ଣ୍ଣିଂ ସିଷ୍ଟମ ବନ୍ଦ କରି ଦିଆଯାଏ।
