ପିପିଲି ଉପନିର୍ବାଚନ : ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
ନିମାପଡା : ପିପିଲି ଉପନିର୍ବାଚନ ଲାଗି ଆଜିଠୁ ବିଦ୍ଧିବଦ୍ଧ ପ୍ରଚାର ଆରମ୍ଭ ହେବ । ମଇଦାନକୁ ଓହ୍ଲାଇବେ ହେଭିୱେଟ । ତିନି ଦଳର ଷ୍ଟାର ପ୍ରଚାରକଙ୍କ ପ୍ରଚାରେ ଉଷ୍ଣହେବ ପିପିଲି ରାଜନୀତି ପାଣିପାଗ । ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଏସଏଫ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ପିପିଲି ଥାନାଠାରୁ ଏହି ଫ୍ଲାଗ୍ ମାର୍ଚ୍ଚ ବାହାରି ପିପିଲିର ବଜାର ପରିକ୍ରମା କରିଥିଲା ।
ସୋମବାର ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏଥିରେ ପୁରୀ ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନାଙ୍କ ସହ ଏସଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ରହି ଫ୍ଲାଗ୍ ମାର୍ଚ୍ଚରେ ସାମିଲ ହୋଇଥିଲେ । ବିଶେଷ କରି ଡବଲ୍ ଡୋଜ୍ ଟିକା ନେଇଥିବା ବିଏସଏଫ ଯବାନମାନେ ନିର୍ବାଚନ କାର୍ଯ୍ୟକ୍ରମରେ ରହି ପାରିବେ ବୋଲି ଜଣାପଡିଛି । ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ପୁରୀ ଏସପି କହିଥିବା ବେଳେ ଆଚରଣ ବିଧି ଉଲଂଘନ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଇଛି ବୋଲି ଏସପି କହିଛନ୍ତି । । ପିପିଲିରେ ରାଜନୈତିକ ହିଂସାକାଣ୍ଡକୁ ଦୃଷ୍ଟିର ରଖି ବିଏସଏଫ ଯବାନ ଏନଏସିରେ ପଇଁତରା ମାରିଛନ୍ତି । ୬ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳୟ ଫୋର୍ସ ଓ ୫ ଜଣ ସିନିୟର ଅଫିସରଙ୍କ ସହ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି ।


