କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ : ନଳକୂପ ଉପାଡି ଘର କାନ୍ଥ ଭାଙ୍ଗିଲା
ବଲାଙ୍ଗୀର : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ସଦେଇପାଲି ଛକ ଠାରେ ଗୋଟିଏ କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାଗ୍ରସ୍ତ କାଠ ବୋଝେଇ ପିକ୍ଅପ୍ ଭ୍ୟାନଟିର ନଂ ଓଡି ୦୩ଜେ- ୬୮୫୦ ହୋଇଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡରେ ଥିବା ଗୋଟିଏ ନଳକୂପକୁ ଧକ୍କା ଦେବା ସହ ଏକ ଘରର କାନ୍ଥକୁ ଧକ୍କା ଦେଇଥିଲା । ଫଳରେ ଘରର କାନ୍ଥ ଭାଙ୍ଗିବା ସହ ନଳକୂପଟି ଉପାଡି ହୋଇଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗାଡି ଚାଳକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ମାରିଥିବା ବେଳେ ଗାଡିରେ ଥିବା କାଠକୁ ନେଇ ଏବେ ଅନେକ ପ୍ରକାରର ସନ୍ଦେହ ସୃଷ୍ଟି ହେଉଛି । ଏହି ଗାଡିଟି ଆଜି ଅପରାହ୍ନରେ ଗୋଟିଏ ବାଇକ କୁ ଧକ୍କା ଦେଇ ଫେରାର ହୋଇଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
