ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, କେଉଁଠି କେତେ ରହିଛି ଦର …
ନୂଆଦିଲ୍ଲୀ : ପୁଣି ବଢ଼ିଲା ତେଲ ଦର । ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଓଏଲ୍ ମାର୍କେଟିଂ କମ୍ପାନୀ ଗୁଡିକ ଘରୋଇ କମ୍ପାନୀରେ ମଧ୍ୟ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖାଯାଇଛି । ବୁଧବାର ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୦.୫୭ ପ୍ରତିଶତ ହ୍ରାସ ପାଇ ୭୭.୯୦ ଡଲାରର ହୋଇଥିଲା । ଫଳରେ ଗୁରୁବାର ପେଟ୍ରୋଲ ଦର ଲିଟର ପିଛା ୨୪ ରୁ ୨୫ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ୍ ଦରରେ ୩୦ରୁ ୩୨ ପଇସା ବୃଦ୍ଧି ପାଇଛି ।
ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୬୪ ଓ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭.୭୧ ଓ ଡିଜେଲ ଲିଟର ପିଛା ୯୭.୫୨ ଟଙ୍କା, କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୨.୧୭ ଓ ଡିଜେଲ ଲିଟର ପିଛା ୯୨.୯୭ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୯.୩୬ ଟଙ୍କା ଓ ଡିଜେଲ – ଲିଟର ପିଛା ୯୪.୪୫ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୫.୧୮ ଓ ଡିଜେଲ ଲିଟର ପିଛା ୯୫.୩୮ ଟଙ୍କା, ଭୋପାଳରେ ପେଟ୍ରୋଲ ଲିଟର ପିଛା ୧୧୦.୧୧ ଓ ଡିଜେଲ ଲିଟର ପିଛା ୯୮.୭୭ ଟଙ୍କା, ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା ୯୮.୭୫ ଟଙ୍କା ଓ ଡିଜେଲ ଲିଟର ପିଛା ୯୦.୨୯ ଟଙ୍କା, ପାଟନାରେ ପେଟ୍ରୋଲ ଲିଟର ପିଛା ୧୦୪.୩୪ ଓ ଡିଜେଲ ଲିଟର ପିଛା ୯୬.୦୫ ଟଙ୍କା, ଚଣ୍ଡିଗଡ଼ରେ ପେଟ୍ରୋଲ ଲିଟର ପିଛା ୯୭.୮୫ ଓ ଡିଜେଲ ଲିଟର ପିଛା ୮୯.୬୧ ଟଙ୍କା ରହିଛି । ସୂଚନା ଯେ, ଦେଶରେ ପ୍ରତିଦିନ ସକାଳ ୬ଟାରେ ଇନ୍ଧନର ନୂଆ ମୂଲ୍ୟ ଜାରି କରାଯାଏ । ଫୋନରେ ଗୋଟିଏ ମେସେଜ୍ ଦ୍ୱାରା ଆପଣ ପେଟ୍ରୋଲ ଓ ଡିଜେଲ୍ ଦର ଜାଣିପାରିବେ । ଏଥିପାଇଁ ପାଇଁ ଗ୍ରାହକମାନଙ୍କୁ ଇଣ୍ଡିଆନ୍ ଓଏଲ୍ SMS ସେବାର ମୋବାଇଲ୍ ନମ୍ବର 9224992249 କୁ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି ଏକ SMS ପଠାଇବାକୁ ପଡିବ । ଗ୍ରାହକମାନେ ୱେବ୍ସାଇଟ୍ରୁ ନିଜ ଅଞ୍ଚଳର RSP କୋଡ୍କୁ ଜାଣିପାରିବେ । ଏହି ମେସେଜ୍ଟି ପଠାଇବା ପରେ ଆପଣଙ୍କ ଫୋନକୁ ତେଳ ଦର ସମ୍ପର୍କୀତ ସମସ୍ତ ସୂଚନା ଆସିଯିବ ।
