କାଉର ୫ଟି ଅଭ୍ୟାସ ଓ ଗଞ୍ଜାର ୪ଟି ଅଭ୍ୟାସ ଶିଖୁଥିବା ଲୋକେ ସବୁବେଳେ ଖୁସିରେ ରହିଥାନ୍ତି, ଜାଣନ୍ତୁ ଏନେଇ କଣ କହୁଛି ଚାଣକ୍ୟ ନୀତି
ଚାଣକ୍ୟଙ୍କ ପୁସ୍ତକରେ ଚାଣକ୍ୟ ନୀତିରେ କିଛି ସୁତ୍ର କୁହାଯାଇଛି , ଏହି ଶ୍ଳୋକରେ କାଉ ଓ ଗଞ୍ଜାର ଭଲ ଅଭ୍ୟାସ ବିଷୟରେ କୁହାଯାଇଛି , ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ର ଯାହାକୁ ଏବେ ପାଟଣା ନାଁରେ ଜଣାଯାଇଛି , ଜଣେ ମହାନ୍ ବିଦ୍ୱାନ ଥିଲେ , ଚାଣକ୍ୟ ନିଜ ନ୍ୟାୟପ୍ରିୟ ଆଚରଣ ପାଇଁ ଜଣାଯାଉଥିଲେ, ଏତେ ବଡ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ତ୍ୱେ ସେ ଏକ ସାଧାରଣ ଚାଳଘରେ ରହୁଥିଲେ , ତାଙ୍କର ଜୀବନ ବହୁତ ସାଧାସିଧା ଥିଲା , ଚାଣକ୍ୟ ନିଜ ଜୀବନରେ ମିଳିଥିବା କିଛି ଅନୁଭବ ଚାଣକ୍ୟ ନୀତିରେ ଜାଗା ଦେଇଥିଲେ , ଚାଣକ୍ୟ ନୀତିରେ କିଛି ଏପରି କଥା କୁହାଯାଈଛି ଯାହା ଉପରେ ଯଦି ବ୍ୟକ୍ତି ଅମଳ କରେ ତେବେ ତାକୁ ସଫଳ ହେବାରେ କେହି ଅଟକାଇପାରିବେ ନାହିଁ , ସଫଳତା ନିଶ୍ଚୟ ତାର ପାଦ ଛୁଇଁବ , ଯଦି ବ୍ୟକ୍ତି ଏହି କଥାର ପ୍ରୟୋଗ ନିଜ ଜୀବନରେ କରେ ତେବେ କେବେ ଜୀବନରେ ହାର୍ ର ସାମ୍ନା କରିବେ ନାହିଁ ,
ଏହି ନୀତିଗୁଡିକ ସୁଖୀ ଜୀବନର ରାଜ୍ ଲୁଚି ରହିଛି , ନୀତିରେ କୁହାଯାଈଛି କି ଯାହା ଆପଣଙ୍କୁ କଡା ଲାଗିପାରେ , କିନ୍ତୁ ଏହା ବିଲକୁଲ୍ ସତ୍ୟ ଅଟେ , ଚାଣକ୍ୟ ବହିରେ ଚାଣକ୍ୟ ନୀତିର ଅଧ୍ୟାୟ ୬ ର ୧୮ ଓ ୧୯ ତମ ଶ୍ଳୋକରେ ଉନ୍ନତି ର କିଛି ସୁତ୍ର ବିଷୟରେ କୁହାଯାଈଛି , ଏହି ଶ୍ଳୋକରେ କାଉ ଓ ଗଞ୍ଜାର ଭଲ ଅଭ୍ୟାସ ବିଷୟରେ କୁହାଯାଈଛି , ଯେଉଁଠି ମନୁଷ୍ୟ ଯଦି ନିଜ ଜୀବନରେ ଆପଣାଇ ନିଏ ତେବେ ଉନ୍ନତି ହେବାରେ କେହି ଅଟକାଇପାରିବେ ନାହିଁ , ଏତିକି ନୁହେଁ ତାହାର କାମ କାର୍ଯ୍ୟ ବିନା କେଉଁ ପ୍ରତିବନ୍ଧ ଚାଲିଥାଏ , ଓ ତାହାକୁ ସଫଳତା ମିଳିଥାଏ , ଏହି ନୀତିଗୁଡିକ ଚାକିରି, ବିଜନେସ୍ ଓ ଜୀବନର ଅନ୍ୟ ମାମଲାରେ ବହୁତ କାମ ଆସିଥାଏ ।
ଶ୍ଳୋକ : ପ୍ରତ୍ୟୁଥାନଂ ଚ ଯୁଦ୍ଧଂ ଚ ସଂବିଭାଗଂ ଚ ବନ୍ଧୁଷୁ ସ୍ୱୟମାକ୍ରମ୍ୟ ଭୁକ୍ତଂ ଚ ଶିକ୍ଷେଚ୍ଚତ୍ୱରି କୁକ୍କୁଟାତ୍ , ଗୁଢମୈଥୁନଚାରିତ୍ୱ କାଲେ କାଲେ ଚ ସଡ୍ ଗ୍ରହମ୍ , ଅପ୍ରମତ୍ୱ ବିଶ୍ୱାସଂ ପଣ୍ୟ ଶିକ୍ଷେଚ୍ଚ ବାୟସାତ୍ ।
ଚାଣକ୍ୟ କହିଲେ କି ବ୍ୟକ୍ତି ନିଜ ଜୀବନରେ ଗଞ୍ଜାର ଏହି ୪ ଟି ଭଲ ଅଭ୍ୟାସ ଆପଣାଇନେବା ଉଚିତ୍ , ଯଦି ସେ ଏହି ୪ ଟି ଅଭ୍ୟାସକୁ ଆପଣାଇନେବେ ତେବେ ସେ ଦୁଃଖୀ ରହିବେ ନାହିଁ ,
୧) ସଠିକ୍ ସମୟରେ ଉଠିବା ।
୨) ଯୁଦ୍ଧ ପାଇଁ ପ୍ରସ୍ତୁତି ରହିବା ।
୩) ପରିବାର , ବନ୍ଧୁ ଓ ନିଜ ସାଥୀଙ୍କୁ ତାଙ୍କର ଭାଗ ଦେବା ।
୪) ନିଜ ଆକ୍ରମଣ କରିବା ମାନେ ପରିଶ୍ରମ କରିବା ।
ଏହା ଛଡା ଚାଣକ୍ୟ ନୀତିରେ କାଉର ଏହି ୫ ଟି ଅଭ୍ୟାସ କଥାକୁ କୁହାଯାଇଛି । କାଉର ଏହି ଅଭ୍ୟାସ ନିଜ ଜୀବନରେ ଆପଣାଇନେଲେ ସବୁବେଳେ ଖୁସି ରହିବେ । ତାକୁ କେହି ବି ହଇରାଣ କରିପାରିବେ ନାହିଁ । ଏହି ଅଭ୍ୟାସ ଆପଣାଇ ନେଲେ ଜୀବନରେ ସବୁବେଳେ ଉନ୍ନତି କରିବେ ।
୧) ଲୁଚିକରି ସମ୍ପର୍କ କରିବା ।
୨) ଯେ କୌଣସି ସ୍ଥିତିରେ ଧୈର୍ଯ୍ୟ ରଖିବା ।
୩) ସମୟର ସଞ୍ଚୟ କରିବା କିମ୍ବା ଘର ଜୀବନ ଚଲାଇବା ପାଇଁ ସାମଗ୍ରୀ ଏକାଠି କରିବା ।
୪) ସବୁବେଳେ ସଚେତନ ରହିବା ।
୫) କାହା ଉପରେ ବିଶ୍ୱାସ ନ କରିବା ।
ତେବେ ବନ୍ଧୁଗଣ ଚାଣକ୍ୟ ନୀତିରେ ଏହି ୯ ଟି କଥାକୁ କୁହାଯାଇଛି , ଯାହାକୁ ମନୁଷ୍ୟ ନିଜ ଜୀବନରେ ଅମଳ କରିବା ଉଚିତ୍ ।
