ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପେନସନ ମେଳା
ବାରିପଦା : ମୟୂରଭଂଜ ଜିଲ୍ଲା ଶିକ୍ଷାଧୀକାରୀଙ୍କ ସମ୍ମିଳନୀ କକ୍ଷରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ସହଯୋଗରେ ଅକ୍ଟୋବର ଓ ନଭେମ୍ବର ମାସରେ ଚାକିରୀରୁ ଅବସର ନେଇଥିବା ମାଧ୍ୟମିକ ସ୍କୁଲ ଶିକ୍ଷକ-କର୍ମଚାରୀମାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସହିତ ପ୍ରୋଭିଜନାଲ ପେନସନର କାଗଜପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ନବକିଶୋର ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗୀରଥି ମଲ୍ଲିକ, ବିଜ୍ଞାନ ପରିଦର୍ଶକ ଜ୍ଞାନରଂଜନ ଆଚାର୍ଯ୍ୟ, ଅଫିସ ସହକାରୀ ଶିବପ୍ରସାଦ ବେହେରା, କ୍ଷେତ୍ରମୋହନ ବେହେରା ଓ ସହାୟକ ଦେବ ପ୍ରସାଦ ମହାନ୍ତଙ୍କ ସହିତ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ରାଜ୍ୟ ସଂପାଦକ ଭରତ ଚନ୍ଦ୍ର ବରାଳ, ଜିଲ୍ଲା ସଂପାଦକ ଶ୍ରୀ ଚିତରଂଜନ ପଳତା, ବାରିପଦା ବ୍ଲକ୍ ସଂପାଦକ ପ୍ରଦୀପ ଚନ୍ଦ୍ର ମହାନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦୁଇ ମାସରେ ସେବା ନିବୃତ ହୋଇଥିବା ବିଭିନ୍ନ ବିଦ୍ୟାଳୟର ୩ ଜଣ ପ୍ରଧାନ ଶିକ୍ଷକ, ଜଣେ ହୀନ୍ଦି ଶିକ୍ଷକ, ୨ ଜଣ ପିଅନ, ଏହିପରି ମୋଟ୍ ୬ ଜଣ ଅବସରପ୍ରାପ୍ତ କର୍ମଚାରୀ ଜିଲ୍ଲା ଶିକ୍ଷାଧ୍ୟାକାରୀଙ୍କ ଠାରୁ ମାନପତ୍ର, ଅନ୍ୟାନ୍ୟ କାଗଜପତ୍ର ଓ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିଥିବା ଶିକ୍ଷକ-କର୍ମଚାରୀମାନେ ସେମାନଙ୍କର ଦୀର୍ଘ ଦିନର ଚାକିରୀ ଅନୁଭୁତି ଉପରେ ଆଲୋକପାତ କରିଥିବା ବେଳେ, ବାରିପଦା ବ୍ଲକ ସଂପାଦକ ପ୍ରଦୀପ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
