ହସ୍ପିଟାଲ ଛାତକୁ ଚଢ଼ି ଆତ୍ମହତ୍ୟା ଧମକ ଦେଉଥିଲେ ରୋଗୀ, ୧୦ ଘଣ୍ଟା ପରେ ହେଲେ ଉଦ୍ଧାର
ଝାରସୁଗୁଡା : ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଡେକିବାକୁ ମିଳିଛି ଅଭାବନୀୟ ଘଟଣା । ହସ୍ପିଟାଲର ଛାତକୁ ଚଢ଼ି ଜଣେ ରୋଗୀ ଆତ୍ମହତ୍ୟାର ଧମକ ଦେଉଥିଲେ । ଦୀର୍ଘ ୧୦ ଘଣ୍ଟା ପରେ ଷଷ୍ଠ ମହଲାରେ ଚଢିଥିବା ରୋଗୀଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛି । ଉଦ୍ଧାର ରୋଗୀଙ୍କ ଶରୀରର କିଛି ଅଂଶ ଜଳି ଯାଇଥିବାରୁ ସେ ସର୍ଜରୀ ୱାର୍ଡରେ ଚିକିତ୍ସିତ ଥିଲେ ।
ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ହସ୍ପିଟାଲ ଛାତରେ ଚଢି ବସି ରହିଥିଲା । ଉପରୁ ଡେଇଁ ପଡିବା ନେଇ ଧମକ ମଧ୍ୟ ଦେଉଥିଲା । ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଛାତରେ ଚଢିଥିବା ରୋଗୀ ମାନସିକ ଭାରସାମ୍ୟ ହରାଇଥିବା ନେଇ ହସ୍ପିଟାଲ ମ୍ୟାନେଜର ସୂଚନା ଦେଇଥିଲେ ।
ସୂଚନା ଯେ, ରୋଗୀ ଜଣକ ଗତ ସୋମବାର ରାତିରେ ଡାକ୍ତରଖାନାର ଦଶମ ମହଲାକୁ ଚଢ଼ିଯାଇ ଓହ୍ଲାଇ ପାରି ନଥିଲା । ଓହ୍ଲାଇବାକୁ ଚେଷ୍ଟା କରି ଷଷ୍ଠ ମହଲା ନିକଟରେ ଅଟକି ଯାଇଥିଲା । ଉଦ୍ଧାର ପାଇବା ପରେ ଯୁବକ ଜଣକ ଅନ୍ୟ ୩ ଜଣ ସାଙ୍ଗ ସହ ଚଢିଥିବା କହିଛି ।
