ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍
- ଜାରି ରହିବ ନାଇଟ୍ କର୍ଫ୍ୟୁ
- ଆରମ୍ଭ ହେବ ବସ୍ ଚଳାଚଳ
- ଆସନ୍ତାକାଲି ଠାରୁ ଖୋଲା ହେବ ପାର୍ଲର, ସେଲୁନ୍
- ଆଉଟ ଡୋର ଏବଂ ଇନ୍ ଡୋର ଶୁଟିଂ ଆରମ୍ଭ ହେବ
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ଆଂଶିକ ଲକ୍ଡାଉନ୍ ଆସନ୍ତାକାଲି ସରିବାକୁ ଯାଉଛି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁବାର ପ୍ରେସମିଟ୍ ଜରିଆରେ ନୂଆ ଗାଇଡଲାଇନ୍ ନେଇ ସୂଚନା ଦେଇଛନ୍ତି । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ କୋଭିଡ୍ କଟକଣା ଲାଗୁ କରାଯାଇଛି । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବେ ପାଳନ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
କାଟାଗୋରୀ-ଏ ରେ ଥିବା ୨୦ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । କାଟାଗୋରୀ-ବି ରେ ଥିବା ୧୦ ଜିଲ୍ଲାରେ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ । ରାଜ୍ୟରେ ଜାରି ରହିବ ନାଇଟକର୍ଫ୍ୟୁ । ରାଜ୍ୟରେ ଆରମ୍ଭ ହେବ ବସ ଚଳାଚଳ । ପାର୍ଲର, ସେଲୁନ୍ ଆସନ୍ତାକାଲି ଠାରୁ ଖୋଲା ହେବ । ଆଉଟ ଡୋର ଏବଂ ଇନ୍ ଡୋର ଶୁଟିଂ ଆରମ୍ଭ ହେବ । ସିନେମା ହଲ ବନ୍ଦ ରହିବ । କାଟାଗୋରୀ-ଏ ଜିଲ୍ଲାରେ ଥିବା ୨୦ ଜିଲ୍ଲାରେ ସଟ୍ଡାଉନ୍ ନିୟମ ଲାଗୁ ହେବ ନାହିଁ । କେବଳ କାଟାଗୋରୀ-ବିରେ ଥିବା ୧୦ ଜିଲ୍ଲାରେ ଜାରି ରହିବ ସପ୍ତାହାପ୍ତ ସଟ୍ଡାଉନ୍ । ଏହା ସହିତ ରାଜ୍ୟରେ ଜିମ୍ ଖୋଲାଯିବ । ପାର୍କ, ସପିଂ ମଲ ଏବଂ ସିନେମା ହଲ ବନ୍ଦ ରହିବ । ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ ରହିବ । ଆସନ୍ତା ୨୫ ତାରିଖ ଯାଏଁ ପୁରୀକୁ ବସ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ହୋଟେଲ୍ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲକୁ ଅନୁମତି । ବିବାହ ଓ ଶୁଦ୍ଧିକ୍ରିୟାରେ ପୂର୍ବ ଭଳି କଟକଣା ରହିବ । ଯାତ୍ରା ପାର୍ଟି ଉପରେ ପୂର୍ବ ଭଳି କଟକଣା ଲାଗୁ । ଦୈନିକ ହାଟ ଏବଂ ସାପ୍ତାହିକ ହାଟକୁ ବାରଣ କରାଯାଇଛି । କଟକଣା କୋହଳ ସମୟରେ ଟ୍ୟାକ୍ସି ଏବଂ ଅଟୋ ଚଳାଚଳ ଜାରି ରହିବ ।
କାଟେଗୋରୀ ‘ଏ’ରେ ଥିବା ୨୦ ଜିଲ୍ଲା : ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ।
ସେହିଭଳି ବାକି ୧୦ ଜିଲ୍ଲାକୁ କାଟେଗୋରୀ ‘ବି’ରେ ରଖାଯାଇଛି । ଏହି ୧୦ ଜିଲ୍ଲାରେ କଟକଣା ସାମାନ୍ୟ କୋହଲ କରାଯାଇଛି । ୧୦ ଜିଲ୍ଲା ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ।
