ପାରା ଅଲିମ୍ପିକ୍ସ : ଇତିହାସ ରଚିବା ସହ ହାଇ ଜମ୍ପରେ ରୌପ୍ୟ ଜିତିଲେ ପ୍ରବୀଣ
ଜାପାନ : ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ଭାରତ ଆଉ ଏକ ପଦକ । ଶୁକ୍ରବାର ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି ହାଇ ଜମ୍ପର ପ୍ରବୀଣ କୁମାର। ସେ ମଧ୍ୟ ଏହି ଜମ୍ପ ସହ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚି ଯାଇଛି।
Congratulations: ?? Praveen Kumar wins #Silver Medal ? in Men's High Jump T44/T64, clears a height of 2.07m & an Asian Record @ #Tokyo2020 #Paralympics #ParaAthletics #Praise4Para @WeThe15 @ianuragthakur @Media_SAI @LICIndiaForever @MyIndianBank @KotakBankLtd @centralbank_in pic.twitter.com/OeMtRJN0SI
— Paralympic India ?? #Cheer4India ? #Praise4Para (@ParalympicIndia) September 3, 2021
ହାଇଜମ୍ପ ଟି-୬୪ ବର୍ଗରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ପାରାଲିମ୍ପିକ୍ସରେ ଭାରତର ପଦକ ବର୍ତ୍ତମାନ ୧୧ରେ ପହଞ୍ଚିଛି । ପ୍ରବୀଣ ୨.୦୭ ମିଟର ଡେଇଁ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି । ପାରା ଅଲିମ୍ପିକ୍ସରେ ହାଇ ଜମ୍ପରେ ଭାରତ ୪ଟି ପଦକ ପାଇଛି । ଏହାପୂର୍ବରୁ ଭାରତର ମାରିଆପାନ୍ ଥାଙ୍ଗାଭେଲୁ ଟି-୬୩ ଇଭେଣ୍ଟରେ ରୌପ୍ୟ ପଦକ, ଶରଦ କୁମାର ବ୍ରୋଞ୍ଜ ପଦକ ଜିତିଥିବାବେଳେ ନିଶାଦ କୁମାର ଟି-୪୭ ରେ ଏସୀୟ ରେକର୍ଡ ସହ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି । ଗ୍ରେଟ୍ ବ୍ରିଟେନର ଜୋନାଥନ୍ ବ୍ରୁମ୍-ଏଡୱାର୍ଡସ୍ ୨.୧୦ମିଟର ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପୋଲାଣ୍ଡର ମ୍ୟାକିଜ୍ ଲେପିଆଟୋ ୨.୦୪ମିଟର ପ୍ରୟାସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ରବୀଣଙ୍କ ଏହି ରୌପ୍ୟ ପଦକ ବଳରେ ଭାରତୀୟ ଟିମ୍ ମଧ୍ୟ ପାରାଲିମ୍ପିକ୍ସରେ ଇତିହାସ ରଚିଦେଇଛି। ଭାରତ ଏଯାଏ ୨ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ଜିତିଛି। ଏହା ପାରାଲିମ୍ପିକ୍ସ ଇତିହାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ଭାରତ ୨୦୧୬ରେ ରିଓ ପାରାଲିମ୍ପିକ୍ସରେ ୨ ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିଥିଲା।
ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବୀଣଙ୍କୁ ରୌପ୍ୟ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପଦକ ଜିତିବାରେ ପ୍ରବୀଣଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ‘ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବାରୁ ପ୍ରବୀଣ କୁମାରଙ୍କ ଗର୍ବ । ଏହି ପଦକ ହେଉଛି ତାଙ୍କର କଠିନ ପରିଶ୍ରମ ଏବଂ ଅନନ୍ୟ ଉତ୍ସର୍ଗର ଫଳାଫଳ । ତାଙ୍କୁ ଅଭିନନ୍ଦନ, ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।
