ପାରଳାଖେମୁଣ୍ଡି ରେଳ ଷ୍ଟେସନରେ କୁତ୍ରିମ ବନ୍ୟା, ଯା’ଆସରେ ହଇରାଣ ହେଉଛନ୍ତି ଯାତ୍ରୀ
ପାରଳାଖେମୁଣ୍ଡି : ବର୍ଷା ପାଣିରେ ଉବୁଟୁବୁ ରେଳ ଷ୍ଟେସନ। ପାରଳାଖେମୁଣ୍ଡି ଷ୍ଟେସନ ଅଫିସ ଓ ଯାତ୍ରୀ ପ୍ରେକ୍ଷାଳୟ ସବୁଠି କୁତ୍ରିମ ବନ୍ୟା। ଜମି ରହିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ତାରି ଭିତରେ ପଶି ହଇରାଣ ହୋଇ ଯିବା ଆସିବା କରୁଛନ୍ତି ଯାତ୍ରୀ।
ଜଳ ନିଷ୍କାସନ ପାଇଁ ନା ଅଛି ସ୍ଥାୟୀ ନା ଅସ୍ଥାୟୀ ବ୍ୟବସ୍ଥା। ନୂଆ ପ୍ଲାଟଫମ ର୍ନିମାଣ ଶେଷ ହେଉନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଗଜପତି ଜିଲ୍ଲାରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଜିଲ୍ଲାର ୭ଟି ବ୍ଲକରେ ତୁହାକୁ ତୁହା ବର୍ଷା ଜାରୀ ରହିଥିବା ବେଳେ ପାରଳାଖେମୁଣ୍ଡି ସହରରେ ସ୍ଥିତି ବେହାଲ ହୋଇପଡିଛି ।
