ଦିନକରେ ୬,୪୯,୭୩୦ ମେଟ୍ରିକ ଟନ୍ ପଣ୍ୟ କାରାବାର କରି ପାରାଦୀପ ବନ୍ଦରର ରେକର୍ଡ
ଜଗତସିଂପୁର : ଡିସେମ୍ବର ୧୪ ରେ ଗୋଟିଏ ଦିନରେ ୬,୪୯,୭୩୦ ମେଟ୍ରିକ ଟନ୍ ପଣ୍ୟ କାରବାର କରି ପାରାଦୀପ ବନ୍ଦର ଆଉ ଏକ ବିରାଟ ସଫଳତା ହାସଲ କରିଛି । ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରନାଧ ଏଥିପାଇଁ ବନ୍ଦର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି ବିରାଟ ସଫଳତା ପାଇଁ ଏଥିସହ ସଂଶ୍ଳିଷ୍ଟ ସମସ୍ତ ଅଂଶୀଦାରଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବନ୍ଦରର ଉତର ପାର୍ଶ୍ୱରେ ଖନନ ପରେ ପାରାଦୀପ ବନ୍ଦରରେ ଏମ.ଭି ଗୋଲେଡେନ ବାର୍ଣ୍ଣେଟ ୧୬. ୨୦ ମିଟର ବଡ ଜାହାଜ ୧, ୪୬, ୫୫୪ ଟନ୍ କୋକିଂ କୋଲ ପରିବହନ କରି ଲଙ୍ଗର ପକାଇବାରେ ସମର୍ଥ ହୋଇଛି । ଚଳିତ ଆର୍ôଥକ ବର୍ଷରେ ବନ୍ଦର ୧୨୫ ଏମଏମ୍ଟି ପଣ୍ୟ କାରବାର କରିଛି।
