ପାରା ଅଲିମ୍ପିକ୍ସ : ସ୍ବର୍ଣ୍ଣ ପରେ ବ୍ରୋଞ୍ଜ ଜିତିଲେ ଅବନୀ ଲେଖାରା
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର୍ ଅବନୀ ଲଖେରା। ଅବନୀ ପାରାଲିମ୍ପିକ୍ସରେ ତାଙ୍କର ଦ୍ୱିତୀୟ ପଦକ ଜିତିଛନ୍ତି। ଶୁକ୍ରବାର ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପଦକ ସହ ଚଳିତ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୨ରେ ପହଞ୍ଚି ଯାଇଛି। ଚଳିତ ଗେମ୍ସରେ ଅବନୀଙ୍କର ଏହା ଦ୍ୱିତୀୟ ପଦକ। ଏହା ପୂର୍ବରୁ ଅବନୀ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଏବେ ବ୍ରୋଞ୍ଜ ପଦକ ଜିତି ଅବନୀ ଆଉଏକ ଇତିହାସ ରଚିଛନ୍ତି। ଅବନୀ ଭାରତର ପ୍ରଥମ ଆଥଲେଟ୍ ଭାବେ କୌଣସି ପାରାଲିମ୍ପିକ୍ସରେ ଡବଲ୍ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।
The 19-year-old scripting history at the #Tokyo2020 #Paralympics ?#IND's @AvaniLekhara collects her #Bronze medal in Women's 50m Rifle 3P SH1. #ShootingParaSport pic.twitter.com/g8YzblvCB2
— #Tokyo2020 for India (@Tokyo2020hi) September 3, 2021
ଆଜି ଇଭେଣ୍ଟରେ ୧୯ ବର୍ଷୀୟା ଅବନୀ ୪୪୫.୯ ସ୍କୋର ସହ ତୃତୀୟ ସ୍ଥାନରେ ରହି ଏହି ପଦକ ନିଜ ନାଁରେ କରିଛନ୍ତି। ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କୁଇପିଙ୍ଗ ଝାଙ୍ଗ। ସେ ଫାଇନାଲରେ ୪୫୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜର୍ମାନୀର ନତାଶା ହିଲଟ୍ରପ୍ ୪୫୭.୧ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି। ମ୍ୟାଚରେ ଅବନୀ ଚତୁର୍ଥ ସ୍ଥାନରେ ଥିଲେ। କିନ୍ତୁ ଏହା ପରେ ସେ ଚମତ୍କାର ପ୍ରଦର୍ଶନ କରି ୧୦.୫ ଶଟ୍ ଲଗାଇଥିଲେ, ଯାହାଦ୍ୱାରା ତାଙ୍କର ସ୍କୋର ୪୪୫.୯ ହୋଇଥିଲା। ଏହି ମାର୍କ ତାଙ୍କୁ ବ୍ରୋଞ୍ଜ ପଦକ ଜିତାଇବାରେ ସହାୟକ ହୋଇଥିଲା। ତାଙ୍କ ପଛରେ ଥିଲେ ୟୁକ୍ରେନର ଇରିନା ଶେତନିକ୍, ଯିଏ ୪୩୫.୩ ସ୍କୋର ସହ ଚତୁର୍ଥରେ ରହିଛନ୍ତି। ଚଳିଗ ଗେମ୍ସରେ ଭାରତୀୟ ଶୁଟର୍ ଅବନୀ ଲଖେରା ଓ ଜାଭେଲିନ୍ ଥ୍ରୋୟର୍ ସୁମିତ୍ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ପ୍ରବୀଣ କୁମାର, ପ୍ୟାଡଲର୍ ଭାବିନା ପଟେଲ, ଜାଭେଲିନ୍ ଥ୍ରୋୟର୍ ଦେବେନ୍ଦ୍ର ଝାଝାରିଆ, ଡିସକସ୍ ଥ୍ରୋୟର୍, ଯୋଗେଶ କଥୁନିଆ ଓ ହାଇଜମ୍ପର ଥଙ୍ଗାଭେଲୁ ଓ ନିଶାଦ ରୌପ୍ୟ ପଦକ ଜିତିଛନ୍ତି। ଜାଭେଲିନ୍ ଥ୍ରୋୟର୍ ସୁନ୍ଦର ସିଂହ ଗୁର୍ଜର, ହାଇ ଜମ୍ପର ଶରଦ କୁମାର, ଶୁଟର୍ ସିଂହରାଜ ଓ ଅବନୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
