ଜିଲା ଜଜ କୋର୍ଟ ଓ ବରିଷ୍ଟ ସିଭିଲ କୋର୍ଟରେ ଆରମ୍ଭ ହେଲା ପେପର ଲେସ୍ କୋର୍ଟ
କେନ୍ଦ୍ରାପଡ଼ା : ଜିଲା ଜଜ କୋର୍ଟ ଓ ବରିଷ୍ଟ ସିଭିଲ କୋର୍ଟରେ ଆରମ୍ଭ ହେଲା ପେପର ଲେସ କୋର୍ଟ । କେନ୍ଦ୍ରାପଡା କୋର୍ଟରେ ଶନିବାର ଠାରୁ ପେପର ଲେସ କୋର୍ଟ ଆରମ୍ଭ ହୋଇଛି । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଉଦ୍ଘାଟନ କରିଥିବା ବେଳେ କେନ୍ଦ୍ରାପଡାର ମାନ୍ୟବର ଜିଲ୍ଲା ଓ ଦୈାରାଜଜ ବିଶ୍ୱଜିତ୍ ମହାନ୍ତି କେନ୍ଦ୍ରାପଡା କୋର୍ଟ ପରିସରରେ ଆନୁଷ୍ଠାନିକ ଭାବେ ଶନିବାର ସକାଳେ ଏହାକୁ ଉଦ୍ଘାଟନ କରିଛନ୍ତି । ଜିଲ୍ଲା ଜଜ କୋର୍ଟ ଏବଂ ବରିଷ୍ଠ ସିଭିଲ କୋର୍ଟରେ ଏହା ପ୍ରଥମେ କାମ କରିବ । କୋର୍ଟ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଗୁଡିକୁ କାଗଜ ବ୍ୟବହାର ନକରି କମ୍ପ୍ୟୁଟର ଓ ଅନଲାଇନ ମାଧ୍ୟମରେ ସମସ୍ତ କୋର୍ଟ କାର୍ଯ୍ୟ ଗୁଡିକୁ କରାଯିବା ପାଇଁ ଏହାର ମୂଳ ଲକ୍ଷ୍ୟ । ଏହି ଉଦ୍ଘାଟନ ସମୟରେ ପରିବାର ଅଦାଲତ ଜଜ ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଲା ଜଜ, ତ୍ରିବିକ୍ରମ କେଶରୀ ଚିନାରା, ଅଜୟ କୁମାର ପ୍ରଧାନ, ରେଜିଷ୍ଟାର ରମାଦେବୀ ସୋରେନ, ପ୍ରଶାସନିକ ଅଧିକାରୀ ଶରତ କୁମାର ଦାସ, ଓକିଲ ସଂଘର ସଭାପତି ଧୃବ ଚରଣ ଜେନା, ସେକ୍ରେଟେରୀ ଜିତେନ୍ଦ୍ରୀୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
