ସଂତୁୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ
ନୂଆଦିଲ୍ଲୀ : ପ୍ରଖ୍ୟାତ ସଂତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ଆଜି ହାର୍ଟଆଟାକ୍ରେ ମୁମ୍ବାଇରେ ପରଲୋକ ହୋଇଛି । ସେ ୮୪ ବର୍ଷର ଥିଲେ ଏବଂ କିଡନୀ ସମ୍ବନ୍ଧିତ ବେମାରରେ ପୀଡ଼ିତ ଥିଲେ ।
ପଣ୍ଡିତ ଶିବକୁମାର ଶର୍ମାଙ୍କ ମୃତ୍ୟୁର ସୂଚନା ଗୀତକାର ଯତୀନ୍ଦ୍ର ମିଶ୍ର ସୋସିଆଲ୍ ମିଡିଆ ଜରିଆରେ ଦେଇଛନ୍ତି । ଯତୀନ୍ଦ୍ର ଶର୍ମା ପଣ୍ଡିତ ଶିବକୁମାରଙ୍କ ପରଲୋକରେ ଶୋକ ବ୍ୟକ୍ତ କରି ଲେଖିଛନ୍ତି ଯେ, “ସଙ୍ଗୀତ ସଂସାର ପାଇଁ ବଡ଼ ଆଘାତ! ପଣ୍ଡିତ ଶିବକୁମାର ଶର୍ମାଙ୍କ ନିଧନରେ ଶୁଦ୍ଧତାବାଦୀ ବାଦ୍ୟକଳାର ଏକ ଯୁଗ ସମାପ୍ତ । ମନ ବହୁତ ଖିନ୍ନ ଅଟେ, ଗୋଟିଏ ଗୋଟିଏ କରି ଆମର ସବୁ ମୁର୍ଦ୍ଧନ୍ୟ ଦେଉଛନ୍ତି ବିନମ୍ର ଶ୍ରଦ୍ଧାଞ୍ଜଳି ।
୧୩ ଜାନୁଆରୀ, ୧୯୩୮ରେ ଜାମ୍ମୁରେ ଜନ୍ମିତ ପଣ୍ଡିତ ଶିବକୁମାର ଶର୍ମାଙ୍କ ପିତା ପ. ଉମାଦତ ଶର୍ମା ମଧ୍ୟ ଜଣାଶୁଣା ଗାୟକ ଥିଲେ । ସଙ୍ଗୀତ ପ୍ରତି ଗଭୀର ସମ୍ପର୍କ ତାଙ୍କୁ ନିଜ ପିତାଙ୍କ ଠାରୁ ବିରାସତରେ ମିଳିଥିଲା ଏବଂ ପାଂଚବର୍ଷର ବୟସରେ ପଣ୍ଡିତ ଶିବକୁମାର ଶର୍ମା ସଙ୍ଗୀତର ଶିକ୍ଷା ନେବା ଆରମ୍ଭ କରିଦେଇଥିଲେ । ସେ ନିଜ ପିତାଙ୍କ ଠାରୁ ସୁର ସାଧନା ଏବଂ ତବଲ ଦୁଇଟିର ଶିକ୍ଷା ଗ୍ରହଣ କରିଥିଲେ । ୧୩ ବର୍ଷ ବଷୟରେ ସେ ସଂତୁର ଶିଖିବା ଆରମ୍ଭ କରିଥିଲେ । ସଂତୁର ଜାମ୍ମୁ-କାଶ୍ମୀରର ଲୋକ ବାଦ୍ୟଯନ୍ତ୍ର ଥିଲା, ଯାହା ଇଂଟରନ୍ୟାସନାଲ ଫେମ ଦେବାର ଶ୍ରେୟ ପଣ୍ଡିତ ଶିବକୁମାରଙ୍କୁ ଯାଏ । ପଣ୍ଡିତ ଶିବକୁମାର ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତୀୟ ସଙ୍ଗୀତକୁ ପରିଚୟ ଦେଇଛି । ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତକୁ ନୂଆ ଉଚ୍ଚତା ପର୍ଯ୍ୟନ୍ତ ପହଂଚାଇବାରେ ପଣ୍ଡିତ ଶିବକୁମାର ଶର୍ମା ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।
