ପଂଚାୟତ ନିର୍ବାଚନ: ଆଜିି ୨୦ହଜାର ୪୩୬ ବୁଥରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍
ଭୁବନେଶ୍ୱର : ଆଜି ଓଡ଼ିଶା ପଂଚାୟତିରାଜ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲାର ୬୮ ବ୍ଲକ୍ ର ୧୮୬ ଜିଲ୍ଲା ପରିଷଦ ଓ ୧୫୧୪ ଗ୍ରାମପଂଚାୟତରେ ଭୋଟିଂ ହେବ । ମୋଟ ୨୦ହଜାର ୪୩୬ ବୁଥରେ ୬୨୧୦୯୩୮ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେଥିରୁ ୩ ହଜାର ୬୫ଟି ବୁଥ୍ ସମ୍ବେଦନଶୀଳ ରହିଛି । ୧୮୬ ଜିଲ୍ଲାପରିଷଦ ଆସନ ପାଇଁ ମୋଟ ୭୪୭ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ମତଦାନ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ପୋଲିଂ କର୍ମଚାରୀମାନେ ନିଜ ନିଜ ବୁଥ୍ କେନ୍ଦ୍ରରେ ପହଂଚି ସାରିଛନ୍ତି । ଶୁକ୍ରବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ପୋଲିସ ମୁତୟନ ହେବେ । ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସେହିପରି ୧୭୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିର ନଜର ରହିବ । ପ୍ରଥମ ପର୍ଯ୍ୟାୟରେ ବ୍ୟାପକ ହିଂସା ପରେ ପୋଲିସ ଅଧିକ ସତର୍କ ରହିଛି ।
ଦିତୀୟ ପର୍ଯ୍ୟାୟ ପାଇଁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଂଚି ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ । ନିର୍ବାଚନ ବେଳେ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାଧିକୃତ ପ୍ରତିନିଧିଙ୍କ ନିଯୁକ୍ତି କରି ସେମାନଙ୍କ ନାମ ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ । ଭୋଟିଂ ବେଳେ ବିଭିନ୍ନ ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବେ । ଭୋଟିଂ ସମୟ ୭ଟା ରୁ ୧ଟା ଧାର୍ଯ୍ୟ କରାଯାଇଛି । ଏହି ସମୟ ଭିତରେ ଯେଉଁମାନେ ବୁଥ ଗେଟ ଭିତରେ ଥିବେ ସେମାନଙ୍କୁ ଚିରକୁଟ ଦିଆଯାଇ ଲାଇନରେ ଠିଆ ହୋଇ ଭୋଟ ଦେବେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।
ସେହିପରି ୪ଟି ଜିଲ୍ଲାରେ ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଯାଜପୁର ୧୧ ,ପୁରୀ ୫,ଢେଙ୍କାନାଳ ୪,ଭଦ୍ରକ ୫ ଟି ସ୍ଥାନ ପାଇଁ ପ୍ରସ୍ତାବ ଆସିଛି । ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ ଗ୍ରହଣ ବେଳେ ହିଂସାକୁ ନଜରରେ ରଖି ଗତ କାଲି ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଶୁକ୍ରାବର ଭୋଟ ଗ୍ରହଣ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟନିର୍ବାଚନ କମିଶନ । ସେହିପରି ୨ୟ ପର୍ଯ୍ୟାୟ ପାଇଁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଂଚି ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ । ନିର୍ବାଚନ ବେଳେ ରାଜନୈତିକ ଦଳ ମାନେ ସେମାନଙ୍କ ପ୍ରାଧିକୃତ ପ୍ରତିନିଧିଙ୍କ ନିଯୁକ୍ତି କରି ସେମାନଙ୍କ ନାମ କମିଶନଙ୍କୁ ଦେବେ । ଭୋଟିଂ ବେଳେ ବିଭିନ ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବେ । ଭୋଟିଂ ସମୟ ସକାଳ ୭ଟା ରୁ ଅପରାହ୍ନ ୧ଟା ଯାଏଁ ଧାର୍ଯ୍ୟ କରାଯାଇଛି । ଏହି ସମୟ ଭିତରେ ଯେଉଁମାନେ ବୁଥ ଗେଟ ଭିତରେ ଥିବେ ସେମାନଙ୍କୁ ଚିରକୁଟ ଦିଆଯିବ । ଲାଇନରେ ଠିଆ ହୋଇ ଭୋଟ ଦେବେ ।
