ବାଇକ୍କୁ ପିଟିଲା ଟ୍ରକ, ଆଖିବୁଜିଲେ ବାପ-ଝିଅ
ଅନୁଗୁଳ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍କୁ ପିଟିଲା ଟ୍ରକ । ଦୁର୍ଘଟଣା ବାପ-ଝିଅଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସୁନୀଲ କୁମାର ସାହୁ ଓ ଝିଅ ଶିଖାରାଣୀ ସାହୁ । ଅନୁଗୁଳ ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥ କଲଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା ।
ସୂଚନା ଯେ, ଝିଅ ଶିଖାରାଣୀ ରାଣୀ ସାହୁ କଣିହାଁ ଅଙ୍ଗନବାଡ଼ି କେନ୍ଦ୍ରର ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ। ସୁନୀଲ କୁମାର ସାହୁ କଣିହାଁର ଶିକ୍ଷା ବିଭାଗର ଏବିଓ ଥିବା ଜଣା ପଡିଛି। ଉଭୟେ ପ୍ରତିଦିନ ପରି ଆଜି ମଧ୍ୟ ତାଙ୍କର ଖମାର ସ୍ଥିତ ବାସଭବନରୁ ଡ୍ୟୁଟି ପାଇଁ ଯାଉଥିଲେ। ହେଲେ ଅନୁଗୁଳ ପାଲଲହଡ଼ା ୧୪୯ ଜାତୀୟ ରାଜପଥ ନିକଟରେ ଟ୍ରକଟି ଆସି ବାଇକ୍କୁ ପିଟିଥିଲା । ଯାହାଫଳରେ ଉଭୟଙ୍କର ମୁତ୍ୟୁ ହୋଇଛି । ମୁତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବରପାଇ ଘଟଣା ସ୍ଥଳରେ ଖମାର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।
