ଜୈଶ ଏ ମହମ୍ମଦର ମୁଖ୍ୟକୁ ଗିରଫ ନେଇ ତାଲିବାନ ସହ ଆଲୋଚନା କଲା ପାକିସ୍ତାନ
ଇସଲାମାଵାଦ : ସମଗ୍ର ବିଶ୍ୱରେ ଆତଙ୍କବାଦୀ ସଂଗଠନ ଓ କାର୍ଯ୍ୟକଳାପକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସର୍ବଦା ଚିନ୍ତିତ ରହିଆସୁଛନ୍ତି। ବିଶେଷ କରି ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ଦେଉଥିବା ନେଇ ପଡ଼ୋଶୀ ରାଷ୍ଟ୍ର ଭାରତ ଅନ୍ତର୍ଜାତୀୟ ଫୋରମରେ ଅଭିଯୋଗ କରିଆସୁଛି। ତେବେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ପାକିସ୍ତାନ ନେଇଥିବା ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିପକାଇଛି।
ପାକିସ୍ତାନ ମିଡ଼ିଆ ରିପୋର୍ଟ ମୁତାବକ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦର ମୁଖ୍ୟ ମସୁଦ ଅଜହର ସମ୍ପର୍କରେ ସୂଚନା ଦେବାକୁ ତଥା ତାକୁ ଗିରଫ କରିବାକୁ ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନକୁ କହିଛି। ଏପରିକି ଏନେଇ ତାଲିବାନ ସହିତ ସବିଶେଷ ଆଲୋଚନା କରିଥିବା ନେଇ ମଧ୍ୟ ସୂଚନା ରହିଛି।
ତେବେ ଏହି ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଉପରେ ପଶ୍ଚିମ ରାଷ୍ଟ୍ର ଗୁଡ଼ିକ ଚାପ ପକାଉଥିବା ନେଇ ସୂଚନା ରହିଛି। ଜାତିସଂଘ ଦ୍ୱାରା ନିର୍ମିତ ଆତଙ୍କବାଦୀ ନେତା ଅଜହରଙ୍କ ବିରୋଧରେ କାର୍ଯ୍ୟ କରିବା ପାଇଁ ପାଶ୍ଚାତ୍ୟ ଶକ୍ତି ଦ୍ୱାରା ପାକିସ୍ତାନ ଉପରେ ଚାପର ପୃଷ୍ଠଭୂମି ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ କର୍ତ୍ତୃପକ୍ଷଙ୍କ ନିକଟରୁ ମୁକ୍ତି ଲାଭ କରିବା ପରେ ଏହି ସଂଗଠନ ଗଠନ କରିଥିଲେ।ଏଠାରେ କହି ରଖୁ କି ୧୯୯୯ ମସିହାରେ କାଠମାଣ୍ଡୁର କାନ୍ଦାହାର ଯାଉଥିବା ବିମାନକୁ ମୁକୁଳାଇବା ପାଇଁ ଏହି ଆତଙ୍କବାଦୀଙ୍କୁ ସେତେବେଳେ ଭାରତ ମୁକ୍ତ କରିଥିଲା।
ତେବେ ଅଜହରକୁ ଠାବ କରିବା ପାଇଁ ପାକିସ୍ତାନ ପକ୍ଷରୁ ତାଲିବାନର ବୈଦେଶିକ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି କୁହାଯାଇଚି। ଉକ୍ତ ଚିଠିରେ ପାକିସ୍ତାନ କହିଛି କି ଆମକୁ ବିଶ୍ୱାସ ରହିଛି କି ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଆଫଗାନିସ୍ତାନର କେଉଁ ଏକ ସ୍ଥାନରେ ଲୁଚି ରହିଛି। ଏନେଇ ଦୃଢତାର ସହ ଜଣେ ପାକିସ୍ତାନୀ ଅଧିକାରୀ ଜିଓ ଗଣମାଧ୍ୟମକୁ ନିଜର ପରିଚୟ ଗୋପନ ରଖି କହିଛନ୍ତି।
ପାକିସ୍ତାନ ଦାବି କରିଛି କି ଏହି ଆତଙ୍କବାଦୀ ଆଫଗାନିସ୍ତାନର ନାନଘର କିମ୍ବା କୁଆଁର ଅଞ୍ଚଳରେ ଲୁଚି ରହିଛି। ତେବେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପୂର୍ବରୁ ହିଁ ଅଜହର ସେଠାକୁ ପଳାଇଯାଇଥିବା ନେଇ ସୂଚନା ରହିଛି। ଏଠାରେ କହି ରଖୁ କି ୨୦୨୧ ମସିହା ଅଗଷ୍ଟ ୧୫ ତାରିଖରେ କାବୁଲ ଦଖଲ କରିଥିଲା ତାଲିବାନ। ତେବେ ଏହା ପୂର୍ବରୁ ଅଜହର ଏହି ଦୁଇଟି ସ୍ଥାନରୁ କେଉଁ ଏକ ଅଞ୍ଚଳରେ ଲୁଚି ରହିଥିବା ନେଇ ପାକିସ୍ତାନ ଦାବି କରିଛି।
ସେପଟେ ପାକିସ୍ତାନର ବରିଷ୍ଠ ଅଧିକାରୀ ଏହା ଉପରେ ଅଧିକ ସୂଚନା ଦେଇନଥିବା ନେଇ ଜଣାପଡ଼ିଛି। ତେବେ ଚଳିତ ବର୍ଷ ଆରମ୍ଭରୁ ପଶ୍ଚିମ ରାଷ୍ଟ୍ର ଗୁଡ଼ିକ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଉଠାଇଥିବା ସ୍ୱରକୁ ସମର୍ଥନ କରିଥିଲେ।ଭାରତ ଅଝର, ଲସ୍କର-ଏ-ତୋଏବାର ପ୍ରତିଷ୍ଠାତା ହାଫିଜ ସଇଦ ଓ ସାଜିଦ ମିରଙ୍କ ବିରୋଧରେ ସ୍ୱର ଉଠାଇଥିଲା।
