୨,୮୫୬ ଭାରତୀୟ ଶିଖ୍ ଧର୍ମାଲମ୍ବୀଙ୍କ ପାଇଁ ଭିସା ଜାରି କଲା ପାକିସ୍ତାନ
ଇସ୍ଲାମାବାଦ : ପାକିସ୍ତାନରେ ବୈଶାକ୍ଷୀ ଉତ୍ସବ ପାଳନ କରିବାକୁ ୨୮୫୬ ଭାରତୀୟ ଶିଖ୍ ଧର୍ମାଲମ୍ବୀଙ୍କ ପାଇଁ ଭିସା ଜାରି କଲା ପାକିସ୍ତାନ। ପାକିସ୍ତାନ ହାଇକମିସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏପ୍ରିଲ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଶିଖ୍ ଧର୍ମାଲମ୍ବୀମାନେ ପାକିସ୍ତାନର ଡେରା ସାହିବ, ପ୍ରଜ୍ଞା ସାହୀବ, ନନକାନା ସାହୀବ ଓ କରତାରପୁର ସାହୀବ ଗୁରୁଦ୍ୱାରା ଯାତ୍ରା କରିପାରିବେ। ଧାର୍ମିକ ସନ୍ଥଙ୍କ ଭ୍ରମଣ ନେଇ ଥିବା ଦ୍ୱିପାଖିକ ଚୁକ୍ତି ଅନୁସାରେ ପ୍ରତିବର୍ଷ ଭାରତରୁ ତୀର୍ଥଯାତ୍ରୀମାନେ ପାକିସ୍ତାନ ଯାଆନ୍ତି ଓ ପାକିସ୍ତାନରୁ ଭାରତକୁ ଆସିଥାନ୍ତି।
ଏନେଇ ପାକିସ୍ତାନ ହାଇକମିଶନ ସୂଚନା ଦେଇ କହିଛନ୍ତି ଯେ ଦେଶର ଦ୍ୱିପାଖିକ ଚୁକ୍ତିକୁ ସମ୍ମାନ ଦେଇ ନିୟମର ପାଳନ କରାଯାଉଛି। ସେହିପରି ଭ୍ରମଣରେ ଆସିବାକୁ ଥିବା ତୀର୍ଥ ଯାତ୍ରୀଙ୍କର ସମ୍ପୂର୍ଣ୍ଣ ଆଥିତେୟତା କରାଯିବ। ଏଠାରେ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପାକିସ୍ତାନର ସଲମାନ ସରିଫ ସୂଚନା ଦେଇଛନ୍ତି।
