ଭାରତ ତୁଳନାରେ ପାକିସ୍ତାନ ସର୍ବଦା ଆଗରେ : ପୂର୍ବତନ ପାକିସ୍ତାନୀ ଅଧିନାୟକ
ନୂଆଦିଲ୍ଲୀ : ଏସିଆ କପ୍ ୨୦୨୨ର କାର୍ଯ୍ୟସୂଚୀ ପ୍ରକାଶ ପାଇ ସାରିଛି। ଆସନ୍ତା ଅଗଷ୍ଟ ୨୮ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପର ଏକ ମ୍ୟାଚ୍ ଖେଳାଯିବ। ଗତ ବର୍ଷ ଟି -୨୦ ବିଶ୍ୱକପରେ ଦୁଇ ଦଳ ଶେଷ ଥର ପାଇଁ ଭେଟିଥିଲେ, ଯେଉଁଠାରେ ଭାରତୀୟ ଦଳକୁ ସେହି ମ୍ୟାଚରେ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।
ୟୁଏଇରେ ଖେଳାଯାଇଥିବା ଟି -୨୦ ବିଶ୍ୱକପର ଏହା ସପ୍ତମ ସିଜନ ଥିଲା । ବିଶ୍ୱକପ ମ୍ୟାଚରେ ଏହା ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ପାକିସ୍ତାନ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ସେବେଠାରୁ ପରିସ୍ଥିତି ବହୁତ ବଦଳି ଯାଇଛି। ବାସ୍ତବରେ ସେହି ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଥିଲେ, କିନ୍ତୁ ବର୍ତ୍ତମାନ ଟିମ୍ ଇଣ୍ଡିଆର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ରହିଛି।
ଜଣେ ନୂତନ ଅଲ-ଫର୍ମାଟ୍ ଅଧିନାୟକ ଠାରୁ ଆରମ୍ଭ କରି ବହୁ ଦ୍ରୁତ ବୋଲର ଏବଂ ଟି -୨୦ କ୍ରିକେଟ୍ ଖେଳିବାର ଏକ ନୂଆ ଉପାୟ ପର୍ୟ୍ୟନ୍ତ ଭାରତୀୟ ଦଳ ଗତଥର ଅପେକ୍ଷା ଅଧିକ ଶକ୍ତିଶାଳୀ ଦେଖାଯାଉଛି । ନଭେମ୍ବର ୨୦୨୧ ପରଠାରୁ ରୋହିତଙ୍କ ଅଧିନାୟକତ୍ୱରେ ଖେଳିଥିବା ପ୍ରତ୍ୟେକ ସିରିଜକୁ ଟିମ୍ ଇଣ୍ଡିଆ ଜିତିଛି। ତେଣୁ ଯେତେବେଳେ ଭାରତ ଏସିଆ କପ୍ରେ ଖେଳିବାକୁ ପଡ଼େ, ସେତେବେଳେ ଆଶା କରାଯାଏ ଯେ ବିଜୟ ଧାରା ଜାରି ରହିବ।
କିନ୍ତୁ ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ସରଫରାଜ ଅହମ୍ମଦ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଯେତେବେଳେ ଦୁଇ ସପ୍ତାହ ପରେ ଦୁବାଇରେ ଟିମ୍ ଇଣ୍ଡିଆ ଆଉ ପାକିସ୍ତାନ ମୁହାଁମୁହିଁ ହେବେ, ସେହି ସମୟରେ ପାକିସ୍ତାନ ଦଳ ଟିମ୍ ଇଣ୍ଡିଆକୁ ପରାସ୍ତ କରିବ।
ଭାରତୀୟ ଦଳ ବିଷୟରେ ଆଉ କଣ କହିଲେ ସରଫରାଜ୍ :
ସରଫରାଜ ଅହମ୍ମଦଙ୍କ ଅନୁଯାୟୀ, ଯେକୌଣସି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଆମ ଦଳ ପାଇଁ ଭଲ ହୋଇଥାଏ। ଏହି ମ୍ୟାଚ୍ ହିଁ ଜିତିବା ଦଳର ଉତ୍ସାହକୁ ସ୍ଥିର କରିଥାଏ । ଆମ ଦଳର ପ୍ରଥମ ମ୍ୟାଚ୍ ଭାରତ ବିପକ୍ଷରେ ରହିଛି। ଏହି ମ୍ୟାଚରେ ପାକିସ୍ତାନର ମନୋବଳ ଭଲ ରହିବ , କାରଣ ଶେଷ ଥର ଉଭୟ ଦଳ ଆଇସିସି ଦିନିକିଆ ବିଶ୍ୱକପରେ ଭେଟିଥିଲେ, ସେତେବେଳେ ପାକିସ୍ତାନ ଦଳ ଭାରତକୁ ଲଜ୍ଜାଜନକ ଭାବରେ ପରାସ୍ତ କରିଥିଲା।
ଆଉ ବାକି ରହିଲା ପିଚ କଥା। ଆମ ଦଳ ଏଠାରେ ପିଏସଏଲ ସହିତ ଆହୁରି ଅନେକ ମ୍ୟାଚ୍ ଖେଳିଛନ୍ତି। ତେଣୁ ଆମେ ଏହି ଜିତିବୁ। ସରଫରାଜ ଅହମ୍ମଦ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ନିଶ୍ଚିତ ଭାବରେ ଏଠାରେ ଆଇପିଏଲ୍ ଖେଳିଛି, କିନ୍ତୁ ଏଠାରେ ଆମ ଦଳ ଯେଉଁଭଳି ଖେଳିଛି ତାର ଅଭିଜ୍ଞତା ଭାରତ ପାଖରେ ନାହିଁ । ତେଣୁ, ମୋ ମତରେ, ଏଥର ମଧ୍ୟ ଆମ ଦଳ ଜିତିବ ।
