ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ ଶୀର୍ଷରେ ପାକିସ୍ତାନ
ଦୁବାଇ : ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପାକିସ୍ତାନ । ସେହିପରି ତାଲିକାରେ ୱେଷ୍ଟଇଣ୍ଡିଜ ୨ୟ ସ୍ଥାନରେ ରହିଥିବା ବେଳେ ଭାରତ ୩ୟ ଏବଂ ଇଂଲଣ୍ଡ ୪ର୍ଥ ସ୍ଥାନରେ ରହିଛି ।
ଲିଡ୍ସରେ ଖେଳାଯାଇଥିବା ୫ଟି ଟେଷ୍ଟ ମ୍ୟାଚର ଶୃଙ୍ଖଳାର ୩ୟ ମୁକାବିଲାରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଟିମ ଇଣ୍ଡିଆର ଏହି ପରାଜୟ ଦ୍ୱାରା ପାକିସ୍ତାନକୁ ଲାଭ ହୋଇଥିବା ଦେଖିବାକୁ ମିଳିଛି । ଏଥର ଆଇସିସି ପଏଣ୍ଟ ସିଷ୍ଟମରେ ସାମାନ୍ୟ ପରିବର୍ତ୍ତନ କରିଛି । ଏଥର ମ୍ୟାଚ ଜିତିଲେ ୧୨ ଅଙ୍କ ଦିଆଯିବ । ମ୍ୟାଚ ଟାଇ ହେଲେ ୬ ଏବଂ ଡ୍ର ହେଲେ ୪ ପଏଣ୍ଟ ମିଳିବ । ସେହିପରି ପରସେଣ୍ଟଜ କଥା ଯଦି କହିବା, ଜିତିଲେ ୧୦୦, ଟାଇ ହେଲେ ୫୦ ଏବଂ ଡ୍ର ରହିଲେ ୩୩.୩୩ ଏବଂ ହାରିଲେ କୌଣସି ପଏଣ୍ଟ ମିଳିବ ନାହିଁ । ଟିମକୁ ପରସେଣ୍ଟେଜ ଅଫ ପଏଣ୍ଟ ଆଧାରରେ ନିର୍ଦ୍ଧାରିତ କରାଯିବ । ସୂଚନା ଯେ, ଗତ ୨୫ ତାରିଖ ଠାରୁ ଲିଡ଼ସରେ ଆରମ୍ଭ ହୋଇଥିବା ୩ୟ ଟେଷ୍ଟରେ ଭାରତ ୭୮ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ୪୩୨ ରନ୍ରେ ଅଲଆଉଟ ହୋଇଥିଲା । ଭାରତ ୨ୟ ପାଳିରେ ୨୭୮ ରନ୍ରେ ସମସ୍ତ ୱିକେଟ ହରାଇଥିବାରୁ ଇଂଲଣ୍ଡ ଏହି ଟେଷ୍ଟକୁ ୪ର୍ଥ ଦିନରେ ଗୋଟିଏ ଇନିଂସ ଏବଂ ୭୬ ରନ୍ରେ ବିଜୟୀ ହୋଇଥିଲା ।
