ପଦ୍ମପୁର ଉପ-ନିର୍ବାଚନ ପ୍ରସ୍ତୁତି :ରାଜୁ ଘିବେଲାଙ୍କୁ ରାଜ୍ୟ ସମ୍ପାଦକ ନିଯୁକ୍ତି ଦେଲା ବିଜେଡି
ବରଗଡ : ପଦ୍ମପୁର ଉପ-ନିର୍ବାଚନ ପାଇଁ ବୃଦ୍ଧି ପାଉଛି ରାଜନୈତିକ ଉଷ୍ମତା। ଏହାରି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପରେ ବିଜେଡି ସ୍ଥାନୀୟ ନେତା ରାଜୁ ଘିବେଲାଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରିଛି । ବିଜେଡିର ରାଜ୍ୟ ସମ୍ପାଦକ ଭାବେ ରାଜୁଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜୁ ଘିବେଲାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ରାଜୁ ଘିବେଲା ।
ବିଜେଡିରେ ସାମିଲ ହେବା ପୂର୍ବରୁ ରାଜୁ ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ସ୍ୱାଧୀନ ଭାବେ ଛିଡା ହେବା ପୂର୍ବରୁ ରାଜୁ ବିଜେପିରେ ଥିଲେ । କିନ୍ତୁ ଟିକେଟ ନ ପାଇବାରୁ ବିଜେପି ଛାଡି ସହ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।
