ପଦ୍ମପୁର ଉପ-ନିର୍ବାଚନ : ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବର : ପଦ୍ମପୁର ଉପ-ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସତ୍ୟଭୂଷଣ ସାହୁ ପଦ୍ମପୁର ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଥିଲେ। ୧୯୮୦ରେ ସତ୍ୟଭୂଷଣ ସାହୁ କଂଗ୍ରେସ ଟିକେଟ୍ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ ସେ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ବିଜୟ ହୋଇଥିଲେ। ୨୦୦୪ରେ ଏହି ଆସନରୁ ପୁଣି ସେ ବିଧାୟକ ନିର୍ବାଚିତ ହୋଇଥିଲେ।
ପୂର୍ବରୁ ବିଜେପି ମଧ୍ୟ ଆଜି ବିଧିବଦ୍ଧ ଭାବେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି ବିଜେପି।
