ପଦ୍ମପୁର ଉପ-ନିର୍ବାଚନ : ବର୍ଷାରାଣୀ ସିଂହ ବରିହା ବିଜେଡି ପ୍ରାର୍ଥୀ
ଭୁବନେଶ୍ୱର : ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବର୍ଷାରାଣୀ ସିଂହ ବରିହାଙ୍କୁ ଦଳର ପ୍ରାର୍ଥୀ କରାଯାଇଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷାରାଣୀଙ୍କ ପ୍ରାର୍ଥିତ୍ୱକୁ ଅନୁମୋଦନ କରିଛନ୍ତି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷାରାଣୀ । ଇତିହାସରେ ସ୍ନାତକୋତ୍ତର କରିଛନ୍ତି ବର୍ଷାରାଣୀ । ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି ବର୍ଷାରାଣୀ ବରିହା । ପୂର୍ବରୁ ବିଜେପି ପ୍ରଦୀପ ପୁରୋହିତ ଓ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ।
ଟିକେଟ ପାଇବା ପରେ ବର୍ଷା କହିଛନ୍ତି ଯେ, ମୋ ଉପରେ ଆସ୍ଥା ଓ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ପରିବାରରୁ ଯିଏ ବି ଟିକେଟ ପାଇଥିଲେ ମୁଁ ଖୁସି ହୋଇଥାନ୍ତି । ବାପାଙ୍କ କାମ ଦେଖି ମୋତେ ଟିକେଟ ମିଳିଛି। ସୂଚନା ଯେ, ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ବରିଷ୍ଠ ବିଜେପି ନେତା ରମାରଞ୍ଜନ ବଳିୟାର ସିଂହଙ୍କ ବୋହୂ ।
