ପଦ୍ମପୁର ଉପ-ନିର୍ବାଚନ: ଦଶମ ରାଉଣ୍ଡ ଗଣତି ଶେଷ, ବୃହତ ବିଜୟ ଆଡକୁ ବିଜେଡି
ବରଗଡ଼ : ପଦ୍ମପୁର ଉପ-ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ଦଶମ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଛି । ବିଜେଡିରୁ ବର୍ଷା ସିଂ ବରିହାଙ୍କୁ ୪୮୯୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୨୯୯୩ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ୧୬୨ ଖଣ୍ଡ ଭୋଟ୍ ମିଳିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।
ବୃହତ ବିଜୟ ଅଭିମୁଖେ ବିଜେଡି। ପଦ୍ମପୁର ଉପନିର୍ବାଚନର ଆଜି ଚାଲିଥିବା ଗଣତିରେ ବର୍ତ୍ତମାନ ସୁଦ୍ଧା ଦଶମ ରାଉଣ୍ଡ ସରିଥିବା ବେଳେ ୧୭ ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥିନୀ ବର୍ଷା ବରିହା ସିଂ ଆଗରେ ରହିଛନ୍ତି। ଆଉ ଏହି ଟ୍ରେଣ୍ଡ ହିଁ ବିଶାଳ ବିଜୟର ସୂଚନା ବୋଲି ଆକଳନ ହେଲାଣି। ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୫୦ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜେଡିର ବିଜୟ ହେବା ନେଇ ଆଶା ଉଜ୍ବଳ ହେଲାଣି। ଦଶମ ରାଉଣ୍ଡ ସୁଦ୍ଧା ବର୍ଷା ୫୦ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ମାତ୍ର ୩୨୦୦୦ ଭୋଟ ଏବଂ କଂଗ୍ରେସ ମାତ୍ର ୧୮୦୦ ଭୋଟ ପାଇଛି।
