ଚଳିତ ବର୍ଷ ପାଇଁ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର
ନୂଆଦିଲ୍ଲୀ : ଅତୁଳନୀୟ ତଥା ବିଶିଷ୍ଟ ସେବା ପାଇଁ ‘ପଦ୍ମ ବିଭୂଷଣ’ ପୁରସ୍କାର ପ୍ରଦାନ କରାଯାଏ। ଉଚ୍ଚ କ୍ରମର ବିଶିଷ୍ଟ ସେବା ପାଇଁ ‘ପଦ୍ମ ଭୂଷଣ’ ଏବଂ ଯେକୌଣସି କ୍ଷେତ୍ରରେ ଭିନ୍ନ ସେବା ପାଇଁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରାଯାଏ। ଚଳିତ ବର୍ଷ ପାଇଁ ୧୦୬ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ୬ ପଦ୍ମ ବିଭୂଷଣ, ୯ ପଦ୍ମ ଭୂଷଣ ଏବଂ ୯୧ ପଦ୍ମଶ୍ରୀ ପୁରସ୍କାର ରହିଛି। ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୧୯ ଜଣ ମହିଳା ଏବଂ ଏହି ତାଲିକାରେ ବିଦେଶୀ, ପ୍ରବାସୀ ଭାରତୀୟ ଏବଂ ୭ ଜଣ ମରୋଣତ୍ତର ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି।
ଚଳିତ ବର୍ଷ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବ। ସେମାନେ ହେଉଛନ୍ତି ମାଗୁଣୀ ଚରଣ କୁଅଁର, ଅନ୍ତର୍ଯ୍ୟାମୀ ମିଶ୍ର, କ୍ରୀଷ୍ଣା ପଟେଲ ଏବଂ ପଟାୟତ ସାହୁ। ମାଗୁଣୀ ଚରଣ କୁଅଁରଙ୍କୁ କଳା କ୍ଷେତ୍ରରେ, ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ, ଶ୍ରୀମତୀ କୃଷ୍ଣ ପଟେଲଙ୍କୁ କଳା କ୍ଷେତ୍ରରେ ଏବଂ ପଟାୟତ ସାହୁଙ୍କୁ କୃଷି କ୍ଷେତ୍ରରେ ପଦ୍ମ ପୁରସ୍କାର ପ୍ରଦାନ କରାଯିବ।
ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ନାଗରିକ ମାନ୍ୟତା ମଧ୍ୟରୁ ଅନ୍ୟତମ। କଳା, ସମାଜ ସେବା, ଜନସମ୍ପର୍କ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା ଏବଂ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଗତ ୧୯୫୪ ମସିହାରେ ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଏ। ପଦ୍ମ ପୁରସ୍କାର ପାଇଁ ପ୍ରାପ୍ତ ନାମାଙ୍କନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପଦ୍ମ ପୁରସ୍କାର କମିଟି ସାମ୍ନାରେ ରଖାଯାଇଛି। ପୁରସ୍କାର କମିଟି କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ଗୃହ ସଚିବ, ରାଷ୍ଟ୍ରପତିଙ୍କ ସଚିବ ଏବଂ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଅନ୍ତର୍ଭୂକ୍ତ।
