ଏଣିକି ସମୁଦ୍ର କୂଳିଆ ଲୁଣିପାଣି ଅଞ୍ଚଳରେ ହୋଇପାରିବ ଧାନ ଏବଂ ଅନ୍ୟାନ୍ୟ ଚାଷ
ଭୁବନେଶ୍ୱର : ଏଣିକି ସମୁଦ୍ର କୂଳିଆ ଲୁଣିପାଣି ଅଞ୍ଚଳରେ ହୋଇପାରିବ ଧାନ ଏବଂ ଅନ୍ୟାନ୍ୟ ଚାଷ । ଏନେଇ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ (ଆଇଏଲଏସ) ଗବେଷଣା କରିଛି । ହେନ୍ତାଳ ଗଛର ଜେନୋମ ସିକ୍ୟୁଏନ୍ସରୁ ଆଇଏଲଏସକୁ ମିଳିଛି ବଡ଼ ସଫଳତା । ହେନ୍ତାଳ ଗଛ ଜିନ୍ରୁ ନୂଆ ପ୍ରଜାତିର ଧାନ ବିହନ ସୃଷ୍ଟି ହେବ । ଉପକୂଳର ଚାଷୀମାନେ ଏନେଇ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି ।
ହେନ୍ତାଳ ଗଛକୁ ନେଇ ଅନେକ କିଛି ଗବେଷଣା ହୋଇପାରିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ହେନ୍ତାଳ ଗଛ ଜିନ୍ର ଗବେଷଣାରୁ ନୂଆ ପ୍ରଜାତିର ଧାନ ବିହନ ସୃଷ୍ଟି କରାଯାଇପାରିବ । ଏହି ବିହନର ଲୁଣି ପାଣି ସହିବାର କ୍ଷମତା ରହିବ । ଓଡ଼ିଶାରେ ୪୮୦ କିଲୋମିଟର ଲମ୍ବ ସୁଦୀର୍ଘ ଉପକୂଳ ରହିଛି । ସମୁଦ୍ର ପାଣି ମାଡି ଆସିବା ଯୋଗୁ ଏହି ଅଞ୍ଚଳରେ ପ୍ରତିବର୍ଷ ଶହ ଶହ ହେକ୍ଟର ଚାଷ ନଷ୍ଟ ହେଉଛି । ତେଣୁ ଆଇଏଲଏସର ନୂଆ ଗବେଷଣା ଭବିଷ୍ୟତରେ ଚାଷୀଙ୍କୁ ଆଶ୍ବସ୍ତି ଦେବ । ଧାନ ସହ ଅନ୍ୟ ଫସଲ ଉତ୍ପାଦନ କରିବାରେ ସହାୟକ ହେବ । ହୋନ୍ତାଳ ଗଛର ବିଭିନ୍ନ କିସମକୁ ନେଇ ଗବେଷଣା କରାଯାଇଛି । ୯୮.୭ ପ୍ରତିଶତ ଜିନୋମ ସିକ୍ୟୁଏନ୍ସ କରିବାରେ ସଫଳ ହୋଇଛି ଆଇଏଲଏସ ।
