ଓଭରଟେକ୍ କରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍ : ୩ ମୃତ, ୩୦ରୁ ଉର୍ଦ୍ଧ୍ଵ ଆହତ
ଅଯୋଧ୍ୟା : ଅଯୋଧ୍ୟା-ଗୋରଖପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଘରୋଇ ବସ୍ ଓଭରଟେକ୍ କରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ମଙ୍ଗଳବାର ସକାଳ ପ୍ରାୟ ସାଢେ ୭ଟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି ।
ସୂଚନା ଯେ, ବସ୍ରେ ଥିବା ଯାତ୍ରୀମାନେ ଦିଲ୍ଲୀରୁ ବସ୍ତି ଏବଂ ସିଦ୍ଧାର୍ଥ ନଗର ଯାଉଥିଲେ । ଅଯୋଧ୍ୟାର କ୍ୟାଣ୍ଟ ପୋଲିସ ଷ୍ଟେସନ ଅଧୀନରେ ଥିବା ମମତାଜ ନଗର ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଏଥିମଧ୍ୟରୁ ପ୍ରାୟ ୧୨ଜଣଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ଚିକିତ୍ସା ପରେ ଅନ୍ୟ ଯାତ୍ରୀଙ୍କୁ ଡିସଚାର୍ଜ କରାଯାଇଛି ।
