ଲିବିୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ, ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଲିବିୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ । ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ। ଲିବିୟାର ପୂର୍ବ ତଟରେ ଅବସ୍ଥିତ ଡର୍ନା ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଅଧିକ ଲୋକ ନିଖୋଜ ହୋଇଥିବା ପୂର୍ବାଞ୍ଚଳ ଲିବ୍ୟାର ସରକାରୀ କର୍ତ୍ତୃପକ୍ଷମାନେ ସୋମବାର ଦିନ କହିଛନ୍ତି।
ବନ୍ୟାରେ ବୋହିଯାଇଛି ଡର୍ନା ସହର । କାଗଜ ଡଙ୍ଗା ଭଳି ଭାସୁଛି କାର। ବହୁ ଘର ଦ୍ବାର, ରାସ୍ତା ଘାଟ ଧୋଇଯାଇଛି । ଦୁଇଟି ବନ୍ଧ ଭାଙ୍ଗିବା ପରେ ପାହାଡ ଘେରା ଡର୍ନା ସହରରେ ସୃଷ୍ଟି ହୋଇଥିଲା ଜଳ ପ୍ରଳୟ । ସହରର ରାସ୍ତାରେ ଲହଡି ଖେଳିଥିଲା ପାଣି । ଭୁଶୁଡିପଡିଛି ବଡ଼ ବଡ ବିଲ୍ଡିଂ । ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ଡର୍ନା ସହର ।
ସେପଟେ ଲିବ୍ୟାର ପୂର୍ବ ପ୍ରାନ୍ତକୁ ନିୟନ୍ତ୍ରଣ କରୁଥିବା ‘ଲିବ୍ୟାନ୍ ନ୍ୟାସ୍ନାଲ୍ ଆର୍ମି’ର ମୁଖପାତ୍ର ଅହମଦ୍ ମିସ୍ମାରି ଟେଲିଭିଜନ୍ରେ ପ୍ରସାରିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିଛି । ଫଳରେ ଦୁର୍ବିପାକ ଯୋଗୁ ସବୁ ଅଞ୍ଚଳକୁ ବୁଡ଼ାଇ ଦେବା ସହିତ ଲୋକମାନଙ୍କୁ ସମୁଦ୍ର ଭିତରକୁ ଭସାଇ ନେଇଛି। ନିଖୋଜ ବ୍ୟକ୍ତିମାନଙ୍କ ସଂଖ୍ୟା ୫/୬ ହଜାର ହେବ ବୋଲି ସେ ଆକଳନ କରିଛନ୍ତି।
