ଆମ ରୋଷେଇ – ତିଖା ଚିଙ୍ଗୁଡି
ପ୍ରଥମେ ଚିଙ୍ଗୁଡିକୁ ଧୋଇ ସେଥିରେ ଲୁଣ ଏବଂ ହଳଦୀ ପାଉଡର, ଲଙ୍କା ପାଉଡର ଗୋଳାଇବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ସେଥିରେ ଗୋଟା ଧନିଆ ଏବଂ ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ ।
ଆବଶ୍ୟକ ସାମଗ୍ରୀ :
ଚିଙ୍ଗୁଡି, ଲୁଣ, ତେଲ, ଲଙ୍କା ପାଉଡର, ହଳଦୀ ପାଉଡର, ଶୁଖିଲା ଲଙ୍କା, ଗୋଟା ଧନିଆ, ଧନିଆ ପତ୍ର, ତେନ୍ତୁଳୀ ରସ, ରସୁଣ, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଚିଙ୍ଗୁଡିକୁ ଧୋଇ ସେଥିରେ ଲୁଣ ଏବଂ ହଳଦୀ ପାଉଡର, ଲଙ୍କା ପାଉଡର ଗୋଳାଇବେ । ଏହାପରେ ଗ୍ୟାସରେ ପ୍ୟାନ ବସେଇ ସେଥିରେ ଗୋଟା ଧନିଆ ଏବଂ ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ଫ୍ରାଏ କରିଥିବା ଧନିଆ ଏବଂ ଶୁଖିଲା ଲଙ୍କାକୁ ନେଇ ସେଥିରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ରସୁଣ ଛେଚା ପକାଇ ଫ୍ରାଏ କରିବେ । ରସୁଣ ଗୋଲ୍ଡେନ କଲର ହେବାପରେ ସେଥିରେ, ଗ୍ରାଇଣ୍ଡିଂ କରିଥିବା ମିଶ୍ରଣ ପକାଇ ମିକ୍ସ କରିବେ । ଏହାପରେ ସେଥିରେ, ଅଳ୍ପ ପାଣି ପକାଇ ମସଲାକୁ ଭଲଭାବେ ଗୋଳାଇ, ସେଥିରେ ପୂର୍ବରୁ ଗୋଳାଇ ରଖିଥିବା ଚିଙ୍ଗୁଡି ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ମିକ୍ସ କରିବେ । ତାପରେ ସେଥିରେ ଅଳ୍ପ ତେନ୍ତୁଳୀ ରସ ପକାଇ ମିକ୍ସ କରି, ଘୋଡଣୀ ଘୋଡାଇ, ଚିଙ୍ଗୁଡିକୁ ସିଝିବାକୁ ଛାଡିବେ । ଦେଖିବେ ଚିଙ୍ଗୁଡି ସିଝି ଆସିଲେ, ସେଥିରେ ଅଳ୍ପ ଲୁଣ, କଟା ଧନିଆ ପତ୍ର, ଗରମ ମସଲା ପକାଇ ୩ ରୁ ୪ ମିନିଟ ଯାଏଁ ମିକ୍ସ କରିବେ । ଏହାପରେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ତିଖା ଚିଙ୍ଗୁଡି । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।
