ଆମ ରୋଷେଇ – କଦଳୀ ଭଣ୍ଡା ଡାଲମା
ଆବଶ୍ୟକ ସାମଗ୍ରୀ :
ମୁଗ ଡାଲି ବା ବୁଟ ଡାଲି ୧ କପ, କଦଳୀ ଭଣ୍ଡା ଫୁଲ ବାଛିବା ପରେ ୧ କପ, ନଡିଆ କୋରା ୪ ଚାମଚ, ଘିଅ ୧ ଚାମଚ, ବଟା ହୋଇଥିବା ମସଲା – ୨ ଟି ପିଆଜ, ୧ ଚାମଚ ଧନିଆ, ୪ ଟି ରସୁଣ, ୧ ଖଣ୍ଡ ଅଦା, ୨ ଟି ଶୁଖିଲା ଲଙ୍କା ।
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଭଣ୍ଡାକୁ ଧୋଇ କାଟି ସିଝେଇ ରଖିବେ । ଏହା ସିଝିଗଲେ ପାଣି ଚିପୁଡି ରଖନ୍ତୁ । ଡାଲିକୁ ଲୁଣ, ହଳଦୀ ପକାଇ ଦର ସିଝା କରି ରଖନ୍ତୁ । ମସଲା କଷି ସେଥିରେ ଭଣ୍ଡା ସିଝାକୁ ପକାଇ ଭଜନ୍ତୁ । ଭାଜି ହୋଇଗଲା ପରେ ଡାଲି ପକାଇ ଫୁଟାଇ ଦିଅନ୍ତୁ । ଉପରେ ଗରମ ମସଲା ୧ ଚାମଚ ଓ ୧ ଚାମଚ ଘିଅ ପକାଇ ପରସନ୍ତୁ ।
