ଆମ ରୋଷେଇ – ଚିକେନ ଭୁନା ମସାଲା
ଆବଶ୍ୟକ ସାମଗ୍ରୀ :
ଚିକେନ, ଲୁଣ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଧନିଆ, ହଳଦି, ଦହି କିମ୍ବା ଲେମ୍ବୁ, ପିଆଜ, ଅଦା,ରସୁଣ, ଗୋଟା ଧନିଆ, କଳା ମରିଚ, ଗୋଲମରିଚ, ଅଳେଇଚ, ସାହି ଜିରା, ବଡ ଅଳେଇଚ, ଲବଙ୍ଗ, ଧନିଆ ପତ୍ର, ଦହି ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଚିକେନକୁ ଧୋଇ ସେଥିରେ ଲୁଣ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଧନିଆ, ହଳଦି, ଦହି କିମ୍ବା ଲେମ୍ବୁ, ଅଦାରସୁଣ ପେଷ୍ଟ ପକାଇ ମ୍ୟାରିନେଟ କରି ଦିଅନ୍ତୁ । ସେଥିରେ କିଛି ପିଆଜକୁ ସ୍ଲାଇସ୍ କରି କାଟି ପକାଇ ପ୍ରାୟ ୧ ଘଣ୍ଟା ଛାଡ଼ି ଦିଅନ୍ତୁ।
ଏହାପରେ ଏକ ପ୍ୟାନରେ ଗୋଟା ଧନିଆ, କଳା ମରିଚ, ଗୋଲମରିଚ, ଅଳେଇଚ, ସାହି ଜିରା, ବଡ ଅଳେଇଚ, ଲବଙ୍ଗ, ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଥଣ୍ଡା ହେବା ପରେ ତାହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
ଏହାପରେ ଗ୍ୟାସରେ ପ୍ୟାନ୍ ବସାଇ ସେଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଚିକେନ ପକାଇ ଫ୍ରାଏ କରନ୍ତୁ। ଉଭୟ ପଟ ଗୋଲଡେନ କଲର ହେବ ଯାଏ ଫ୍ରାଏ କରନ୍ତୁ।
ଏହାପରେ ଆଉ ଏକ ପ୍ୟାନରେ ତେଲ ପକାନ୍ତୁ। ସେଥିରେ ତେଜପତ୍ର, ଗୋଲମରିଚ ପକାଇ ପିଆଜକୁ ଗୋଲଡେନ ଫ୍ରାଏ କରନ୍ତୁ। ଏହାପରେ ସେଥିରେ କିଛି ପାଣି ପକାନ୍ତୁ। ପାଣି ଫୁଟିଲେ ସେଥିରେ ଚିକେନ ଫ୍ରାଏ ପକାନ୍ତୁ। ଏହାକୁ ଘୋଡ଼ାଇ ୧୦ ମିନିଟ ଯାଏ ଛାଡ଼ି ଦିଅନ୍ତୁ। ଏହା ଅଧା ହୋଇଗଲା ପରେ ସେଥିରେ ଦହି ପକାନ୍ତୁ। ଏହାପରେ ତାହା ଉପରେ ଗ୍ରାଇଣ୍ଡିଂ ହୋଇଥିବା ଡ୍ରାଏ ମସଲାକୁ ପକାଇ ଦିଅନ୍ତୁ । ଏହାପରେ ସେଥିରେ ଧନିଆପତ୍ର ପକାଇ ଗରମାଗରମ ସର୍ଭ କରନ୍ତୁ।
