ଓଡ଼ିଶା ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ର ସମ୍ପତି ବ୍ୟାଜପ୍ତି ପାଇଁ ନିର୍ଦ୍ଦେଶ
କଟକ : ଚିଟ୍ଫଣ୍ଡ ସଂସ୍ଥା ଓଡ଼ିଶା ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ର ସମ୍ପତି ବ୍ୟାଜପ୍ତି ପାଇଁ ନିର୍ଦ୍ଦେଶ । ସଂସ୍ଥାର ୧୮ ଏକର ଜମି ଓ ୮ ଲକ୍ଷ ୮୭ ହଜାର ଟଙ୍କାର ବ୍ୟାଙ୍କ ଜମା ବ୍ୟାଜପ୍ତି ପାଇଁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଜଟଣୀ ଅଂଚଳରେ ସୁଲଭ ମୂଲ୍ୟରେ ଫ୍ଲାଟ୍ ଯୋଗାଇଦେବା ନାଁରେ ଓଡ଼ିଶା ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ ୧୫୩ ଜଣ ସାଧାରଣ ଜମାକାରୀଙ୍କ ଠାରୁ ୭ କୋଟି ୫୪ ଲକ୍ଷ ୩୯ ହଜାର ୫୬୮ଟଙ୍କା ଆଦାୟ କରିଥିଲା । ଫ୍ଲାଟ୍ ନ ମିଳିବାରୁ ଏକାଧିକ ଜମାକାରୀ କ୍ରାଇମ୍ବ୍ରାଂଚର ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ । ମାମଲାର ତଦନ୍ତ କରି ସଂସ୍ଥାର ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୮ ଏକର ୩୦ ଡିସିମିଲ ଜମି ଓ ୯ଟି ବ୍ୟାଙ୍କରେ ଥିବା ପ୍ରାୟ ୯ଲକ୍ଷ ଟଙ୍କାର ଜମା ରାଶି ଜବତ କରାଯାଇଥିଲା । ଏସବୁ ସମ୍ପତି ବ୍ୟାଜପ୍ତି କରି ବିକ୍ରି ଲବ୍ଧ ଟଙ୍କା ଜମାକାରୀଙ୍କ ମଧ୍ୟରେ ବାଂଟିଦେବାକୁ କୋର୍ଟ କହିଛନ୍ତି ।
