ମହାରାଷ୍ଟ୍ରର ସରକାରୀ ଅଧିକାରୀଙ୍କ ପାଇଁ ଆଦେଶ ଜାରି, ଫୋନରେ କହିବେ ‘ବନ୍ଦେ ମାତରମ’
ମହାରାଷ୍ଟ୍ର: ମହାରାଷ୍ଟ୍ରର ସମସ୍ତ ସରକାରୀ ଅଧିକାରୀ ଲ୍ୟାଣ୍ଡଲାଇନ ଓ ମୋବାଇଲ ଫୋନରେ ‘ହେଲୋ’ ବଦଳରେ ଏକ ପ୍ରାରମ୍ଭିକ କ୍ରିୟା ରୂପେ ‘ବନ୍ଦେ ମାତରମ’ କହିବେ । ଏନେଇ ସରକାରୀ ଆଦେଶ ଜାରି କରାଯାଇଛି।
ଏହାପୂର୍ବରୁ ଅଗଷ୍ଟରେ ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଗଣ୍ଟୀବାର ସରକାରୀ କର୍ମଚାରୀଙ୍କୁ ଫୋନ କଲରେ ‘ହେଲୋ’ ବଦଳରେ ‘ବନ୍ଦେ ମାତରମ’ କହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶର କିଛିଦିନ ପରେ ମହାରାଷ୍ଟ୍ରର ବନ ବିଭାଗ ନିଜ କର୍ମୀଙ୍କୁ ସରକାରୀ କାର୍ଯ୍ୟ ସମ୍ବୋଧିତ ଫୋନ ଆସିଲେ ‘ହେଲୋ’ ବଦଳରେ ‘ବନ୍ଦେ ମାତରମ’ କହି ଜବାବ ଦେବାକୁ ଆଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ସଂସ୍କୃତି ମନ୍ତ୍ରୀଙ୍କ ଏପରି ଆଦେଶ ପରେ ଅନେକ ମୁସଲିମ ସମ୍ପ୍ରଦାୟ ଆପତ୍ତି ଜାହିର କରିଥିଲେ । ମୁମ୍ବାଇର ରଜା ଆକାଡେମୀ ତରଫରୁ କୁହାଯାଇଥିଲା କି, ଆମେ କେବଳ ଅଲ୍ଲାଙ୍କୁ ପୂଜା କରିଥାଉ ସେଥିପାଇଁ ‘ବନ୍ଦେ ମାତରମ’ ବଦଳରେ ଆଉ କିଛି ବିକଳ୍ପ ଦିଆଯାଉ ।
