ରାମକୃଷ୍ଣ କୁଟୀରରେ ଚକ୍ଷୁ ଚିକିତ୍ସା ଶିବିର
କଟକ : ଆଜି ସ୍ଥାନୀୟ ବଙ୍ଗାଳିସାହିସ୍ଥିତ ରାମକୃଷ୍ଣ କୁଟୀରରେ ସାଇ ସୋନାଲି ହସ୍ପିଟାଲ ଓ ସେଣ୍ଟର ଫର ସାଇଡ୍ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ହସ୍ପିଟାଲର ଅଧ୍ୟକ୍ଷା ସୋନାଲୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ୧୧୨ ଜଣ ଚକ୍ଷୁରୋଗୀଙ୍କ ମାଗଣାରେ ପରୀକ୍ଷା କରାଯାଇ ଚଷମା ବଣ୍ଟନ କରାଯିବା ସହ ମୋତିଆବିନ୍ଦୁ ହୋଇଥିବା ୩୦ ଜଣଙ୍କୁ ମାଗଣା ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କର୍ପୋରେଟର ଦିପ୍ତିମୟୀ ମୁଳିଆ, କର୍ପୋରେଟର ବନଲତା ପ୍ରଧାନ, ପ୍ରକାଶ ପଟ୍ଟନାୟକ ଓ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
