ଭାଜପାକୁ ବୈଚାରିକ ଚାଲେଂଜ ଦେବାକୁ ସାମର୍ଥ୍ୟ କେବଳ କଂଗ୍ରେସ ପାଖରେ
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କ୍ଲିନ୍ ସ୍ୱୀପ କରିବ କଂଗ୍ରେସ – ରାହୁଲ ଗାନ୍ଧୀ
ଭୋପାଳ : କଂଗ୍ରେସ ପାର୍ଟିର ସମ୍ଭାବନା ଏବଂ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବା ପାଇଁ ଏକ ରାଷ୍ଟ୍ରୀୟ ସ୍ତରରେ ବୈଚାରିକ ଭାବେ ଚ୍ୟାଲେଂଜ କରିବାକୁ ହେବ ଏବଂ ସେହି ସାମର୍ଥ୍ୟ ଏବେ କେବଳ କଂଗ୍ରେସ ପାଖରେ ରହିଛି । ଯାହାଫଳରେ ସମସ୍ତ ବିରୋଧି ଦଳକୁ ଏହି ବିଷୟ ଉପରେ ବିଚାର କରିବା ଦରକାର । ନିଜ ଭାରତ ଯୋଡ଼ୋ ଯାତ୍ରା ଦିଲ୍ଲୀ ପଂହଚିବା ସପ୍ତମ ଦିନ କଂଗ୍ରେସ ମୁଖ୍ୟାଳୟରେ ଶନିବାର ଦିନ ସମ୍ବାଦଦାତା ସମ୍ମିଳନୀରେ ସାଂସଦ ରାହୁଲ ଗାନ୍ଧୀ ଏକ ପ୍ରଶ୍ନର ଉତରରେ କହିଛନ୍ତି ଯେ ଭାଜପାକୁ ହରାଇବାକୁ ଏକ ରାଷ୍ଟ୍ରୀୟ ସ୍ତରର ବିଚାରଧାରା ହେବା ଦରକାର, ଯାହା ଏବେ କେବଳ କଂଗ୍ରେସ ପାର୍ଟି ଦେଇପାରେ । ଏପରି ପରିସ୍ଥିତିରେ ବିରୋଧି ଦଳକୁ ଏହି ବିଷୟ ଉପରେ ବିଚାର କରିବା ଦରକାର ।
