ନନ୍ଦନକାନନ ବୁଲିବା ପାଇଁ ଅନଲାଇନ୍ ଟିକେଟ୍ ବୁକିଂ ବାଧ୍ୟତାମୂଳକ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ବୁଲିବାକୁ ହେଲେ ଅନଲାଇନ୍ ରେ ଟିକେଟ୍ ବୁକିଂ କରିବାକୁ ପଡିବ । ଆସନ୍ତାକାଲି ,ଜାନୁଆରୀ ୭ ତାରିଖ ଠାରୁ ନୂଆ ନିୟମ ଲାଗୁ ହେବ । କୋଭିଡ ସଂକ୍ରମର ବଢ଼ିବା କାରଣରୁ ଭୁବନେଶ୍ୱର ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଥିବା ବେଳେ ନନ୍ଦନକାନନରେ ପର୍ଯ୍ୟଟକମାନେ କଟକଣା ମାନୁନାହାନ୍ତି । ବିନା ମାସ୍କ ଓ ସାମାଜିକ ଦୂରତା ରକ୍ଷା ନକରି ପର୍ଯ୍ୟଟକମାନେ ବୁଲୁଛନ୍ତି । ସେଥିଲାଗି ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବୁଲି ଆସୁଥିବା ଚହୁଁଥିବା ପର୍ଯ୍ୟଟକଙ୍କ ଲାଗି କର୍ତୁପକ୍ଷ କଟକଣା ଜାରି କରିଛନ୍ତି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଏଠାକୁ ବୁଲି ଆସିବାକୁ ହେଲେ ନନ୍ଦନକାନନର ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ନନ୍ଦନକାନନ ଡଟ୍ ଓଆରଜି କୁ ଯାଇ ଅନଲାଇନ୍ ଟିକେଟ ବୁକ୍ କରିବାକୁ ପଡିବ । ସମସ୍ତଙ୍କ ପାଇଁ ମାସ୍କ ପରିଧାନ ଅପରିହାର୍ଯ୍ୟ ମଧ୍ୟ କରାଯାଇଛି । ସେହିପରି ପର୍ଯ୍ୟଟକ ଯଥା ସମ୍ଭବ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।
