ଇଂଲଣ୍ଡ ଓ ଭାରତ ମଧ୍ୟରେ ଦିନିକିଆ ଓ ଟି-୨୦ମ୍ୟାଚ୍ ସୂଚୀ ଘୋଷଣା
ଲଣ୍ଡନ: ଇଂଲଣ୍ଡ ଓ ଭାରତ ମଧ୍ୟରେ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ତାରିଖ ଘୋଷଣା। ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯାଉଛି। ଟେଷ୍ଟ ସିରିଜ୍ର ଶେଷ ମ୍ୟାଚ୍ ୧୦ ତାରିଖରୁ ଆରମ୍ଭ ହେବ। ଏହାପରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବାକୁ ବିରାଟ ବାହିନୀ ପୁଣିଥରେ ଆସନ୍ତାବର୍ଷ ଇଂଲଣ୍ଡ ଗସ୍ତ କରିବ। ଏନେଇ ବୁଧବାର ଇସିବି ପକ୍ଷରୁ ମ୍ୟାଚସୂଚୀ ଜାରି କରାଯାଇଛି।
Summer 2022 looking ?
— England Cricket (@englandcricket) September 8, 2021
Our men’s schedule is out! ?@BlackCaps ??@BCCI ??@OfficialCSA ??
ଇସିବିର ଘୋଷଣା ଅନୁଯାୟୀ, ଆସନ୍ତାବର୍ଷ ଭାରତ ବିପକ୍ଷରେ ଦଳ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ୨୦୨୨ ମସିହା ଜୁଲାଇ ୧ରୁ ଭାରତ ଓଲ୍ଡ ଟ୍ରାଫୋର୍ଡରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ। ସେହିପରି ଜୁଲାଇ ୩ରେ ଟ୍ରେଣ୍ଟ ବ୍ରିଜ୍ରେ ଦ୍ୱିତୀୟ ଟି-୨୦ ଓ ଏଜେସ ବାଉଲରେ ଶେଷ ଟି-୨୦ ଜୁଲାଇ ୬ରେ ଖେଳାଯିବ। ଏହାପରେ ଆରମ୍ଭ ହେବ ଦିନିକିଆ ସିରିଜ୍। ଜୁଲାଇ ୯ରେ ଏଜବାଷ୍ଟନରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ଜୁଲାଇ ୧୨ରେ ଓଭାଲରେ ଓ ତୃତୀୟ ଦିନିକିଆ ଐତିହାସିକ ଲର୍ଡସରେ ଖେଳାଯିବ। ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍ ଜୁଲାଇ ୧୪ରେ ଖେଳାଯିବ । ୨୦୨୨ରେ ଇଂଲଣ୍ଡ ପ୍ରଥମେ ମାର୍ଚ୍ଚ ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତା’ର ଘରୋଇ ମାଟିରେ ଟେଷ୍ଟ ଅଭିଯାନ ଆରମ୍ଭ କରିବ। ଉଭୟ ଦଳ ମଧ୍ୟରେ ଜୁଲାଇ ୨ରୁ ୨୭ ଜୁନ୍ ଯାଏ ୩ଟିକିଆ ଟେଷ୍ଟ ସିରିଜ୍ ଖେଳାଯିବ। ସେହିପରି ଇସିବିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟମ୍ ହାରିସନ କହିଛନ୍ତି, ଏହା କ୍ରିକେଟ୍ର ଦମଦାର ସିଜିନ ହେବ। ଏହି ଗରମ ସିଜିନରେ ମଇଦାନକୁ ଦର୍ଶକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମାହୋଲ ବହୁତ ଭଲ ରହିବ। ଭାରତ ସହ ସୀମିତ ଓଭର ସିରିଜ୍ ଖେଳିବା ପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅଗଷ୍ଟ-ସେପ୍ଟେମ୍ବରରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ।
