ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର
lightning over the city
ଧର୍ମଗଡ଼ : କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ଗାଁରେ ପଶ୍ଚିମାଝଡ଼ ପ୍ରଭାବରେ ବଜ୍ରପାତ। ଗୁରୁବାର ଏହି ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ମୃତ ବ୍ୟକ୍ତି ଆମ୍ବଗୁଡା ଗ୍ରାମର ପ୍ରଦୀପ ଧରୁଆ ଓ ଗୁରୁତର ଯୁଗେଶ୍ୱର ମାଝୀ । ଯୁଗେଶ୍ୱରଙ୍କୁ ଉଦ୍ଧାର କରାଯାଏ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି l
